38.1 C
Bhubaneswar
Friday, April 26, 2024
Homeଓଡିଶାଜାଣନ୍ତିକି ହୋଲି ରେ ରଙ୍ଗର ବ୍ୟବହାର କାହିଁକି କରାଯାଏ ..

ଜାଣନ୍ତିକି ହୋଲି ରେ ରଙ୍ଗର ବ୍ୟବହାର କାହିଁକି କରାଯାଏ ..

ଭୁବନେଶ୍ୱର : ହୋଲିରେ ରଂଗର ବ୍ୟବହାର କଣ ପାଇଁ କରାଯାଏ । ଭଗବାନ ଶ୍କୀକୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅବତାର । ବିଶ୍ୱାସ ରହିଛି ଯେ, ଶ୍ରୀକୃଷ୍ଣ ହୋଲି ପାଳନ କରିବା ସମୟରେ ବିଭିନ୍ନ ପ୍ରକାର ରଂଗ ବ୍ୟବହାର କରୁଥିଲେ । ସେ ନିଜ ବନ୍ଧୁଙ୍କ ସହ ଗୋକୁଳ ଓ ବୃନ୍ଦାବନରେ ହୋଲି ଖେଳି ଗାଁ ଦାଣ୍ଡରେ ଏକ ଆନନ୍ଦର ମାହୋଲ ସୃଷ୍ଟି କରୁଥିଲେ । ସେଥିପାଇଁ ଏବେ ବି ବୃନ୍ଦାବନରେ ହୋଲି ଉତ୍ସବକୁ ଅତି ଆନନ୍ଦର ସହ ପାଳନ କରାଯାଏ ।

ଲୋକ କଥା ରହିଛି ଯେ,ଶ୍ରୀକୃ୍‌ଷ୍ଣଙ୍କର ରଙ୍ଗ କଳା ଥିବାରୁ ଗୋପୀ ଓ ଗେ।।ପାଙ୍ଗନା ମାନେ ତାଙ୍କୁ ସର୍ବଦା ଚିଡାଉ ଥିଲେ ତେଣୁ । ଶ୍ରୀକୃ୍‌ଷ୍ଣ ବିଭିନ୍ନ ରଙ୍ଗ ନେଇ ଗୋପୀ ଙ୍କ ଦେହରେ ଲଗାଇ ଦେଇଥିଲେ ଏତେଗୁଡିଏ ରଙ୍ଗର ସମ୍ମିଶ୍ରଣରେ ଗୋପିମାନେ ବି କଳା ଦେଖାଯାଇଥିଲେ ସେହି ଦିନ ଠାରୁ ବୃନ୍ଦାବନରେ ହୋଲି କୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିବାର ପ୍ରଥା ରହିଆସିଛି । ଅନ୍ୟପଟେ ହୋଲି ହେଉଛି ଶୀତ ଋତୁକୁ ବିଦାୟ ଦେଇ ବସନ୍ତ ଋତୁକୁ ସ୍ୱାଗତ କରିବାର ପର୍ବ । ସେଥିପାଇଁ ଏହାକୁ ଖୁସି ଓ ଆନନ୍ଦର ପର୍ବ ମଧ୍ୟ କୁହାଯାଏ । ହୋଲିକୁ ବସନ୍ତ ମହୋତ୍ସବ ଓ କାମ ମହୋତ୍ସବ ନାମରେ ମଧ୍ୟ ଜଣାଯାଏ । ତେବେ ଏଠାରେ ଆମେ ନିଶ୍ଚୟ ଗୋଟିଏ କଥା କହିବୁ, ହୋଲିକୁ ସମସ୍ତେ ଆନନ୍ଦର ସହ ପାଳନ କରନ୍ତୁ । ହେଲେ କେମିକାଲ ରଙ୍ଗଠୁ ଦୂରେଇ ହର୍ବାଲ ରଙ୍ଗରେ ସୁରକ୍ଷିତ ଭାବେ ହୋଲି ଖେଳନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking