29.1 C
Bhubaneswar
Thursday, April 25, 2024
HomeUncategorizedକେବେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ମହିଳା ଦିବସ ?

କେବେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ମହିଳା ଦିବସ ?

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିନଟିକୁ ମହିଳାଙ୍କ ଅଧିକାର ଉଦ୍ଦେଶ୍ୟରେ ସାରା ଦେଶରେ ପାଳନ କରାଯାଏ । ୨୮ ଫେବୃୟାରୀ ୧୯୦୯ ମସିହାରେ ନ୍ୟୁୟର୍କରେ ସୋସିଆଲିଷ୍ଟ ପାର୍ଟି ଅଫ୍ ଆମେରିକା ଦ୍ୱାରା ଏକ ମହିଳା ଦିବସ ଆୟୋଜନ କରାଯାଇଥିଲା । ଏହାପରେ ଜର୍ମାନ କ୍ରାନ୍ତିକାରୀ କ୍ଲାରା ଜେଟକିନ୍‌, ୧୯୧୦ ମସିହାରେ ହୋଇଥିବା ଓମେନ୍ କନଫରେନ୍ସରେ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ସେହିଦିନଠାରୁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି । ୧୯୧୭ ମସିହାରେ ସୋଭିଏତରେ ମହିଳାଙ୍କ ଅତ୍ୟାଚାର ବଢିବା କାରଣରୁ ମାର୍ଚ୍ଚ ୮ ତାରିଖକୁ ନ୍ୟାସନାଲ ହୋଲିଡେ ରୂପେ ପାଳନ କରାଗଲା ।

ପରେ ସେହି ଦିନଟିକୁ କମ୍ୟୁନିଷ୍ଟ ଦେଶମାନଙ୍କ ଦ୍ୱାରା ମୁଖ୍ୟତଃ ସମାଜବାଦୀ ଆନ୍ଦୋଳନ ରୂପେ ପାଳନ କରାଗଲା । ପରେ ୧୯୭୫ ମସିହା ବେଳକୁ ସମସ୍ତେ ଏହି ଦିବସ ପାଳନ କରିବାକୁ ଆରମ୍ଭ କରିଥିଲେ । ସେବେଠାରୁ ଆଜି ବି ଅନେକ ଦେଶରେ ଏହାକୁ ନ୍ୟାସନାଲ ହୋଲି ଡେ ରୂପେ ପାଳନ କରାଯାଉଥିବା ବେଳେ ଆଉ କିଛି ଦେଶ ଏହାକୁ ପାଳନ ମଧ୍ୟ କରୁ ନାହାନ୍ତି । କିଛି ସ୍ଥାନରେ ଏହାର ତୀବ୍ର ବିରୋଧ ହେଉଥିବା ବେଳେ ଆଉ କିଛି ସ୍ଥାନରେ ନାରୀଙ୍କୁ ସମ୍ମାନ ଜଣାଇ ଏହାକୁ ପାଳନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking