28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୩୫ ମିନିଟରେ ୬ଶିଶୁଙ୍କୁ ଜନ୍ମଦେଲେ ମହିଳା

୩୫ ମିନିଟରେ ୬ଶିଶୁଙ୍କୁ ଜନ୍ମଦେଲେ ମହିଳା

ଲକ୍ଷ୍ମୌ: ମଧ୍ୟପ୍ରଦେଶର ଶୋପୁର ଜିଲ୍ଲା ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ୩୫ ମିନିଟରେ ୬ଟି ଶିଶୁକୁ ଜନ୍ମ ଦେଇଛନ୍ତି । କିନ୍ତୁ ଦୁଃଖର କଥା ହେଉଛି ଜନ୍ମର ମାତ୍ର ୧୦ଘଣ୍ଟା ମଧ୍ୟରେ ୫ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଷଷ୍ଠ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଜଣାପଡିଛି । ତେବେ ଶିଶୁଙ୍କ ଜନ୍ମ ନିର୍ଦ୍ଧାରିତ ତାରିଖ ପୂର୍ବରୁ ହୋଇଥିବାରୁ ନବଜାତଙ୍କ ଶରୀର ଅବସ୍ଥା ଏତେଟା ଠିକ୍ ନାହିଁ । ସମସ୍ତ ଶିଶୁଙ୍କର ମୋଟ ଓଜନ ଏକ ନବଜାତ ଶିଶୁର ସ୍ୱାଭାବିକ ଓଜନ ଠାରୁ ମଧ୍ୟ କମ ଥିଲା । ଏହି କାରଣରୁ ଏମାନଙ୍କ ଜୀବିିତ ରହିବାର ସମ୍ଭାବନା ବହୁତ କମ ବୋଲି ଡାକ୍ତରମାନେ କହି ଦେଇଥିଲେ । ଏହି ନବଜାତ ୬ଟି ଶିଶୁ ମାନଙ୍କ ମଧ୍ୟରେ ୪ଟି ପୁତ୍ର ସନ୍ତାନ ଥିବା ବେଳେ ୨ଟି କନ୍ୟା ସନ୍ତାନ ଥିଲା । ୬ଟି ନବଜାତଙ୍କ ଓଜନ ୪୫୦ ଗ୍ରାମରୁ ୭୫୦ଗ୍ରାମ୍ ମଧ୍ୟରେ ରହିଛି । ଚିକିତ୍ସା ଚାଲିଥିବା ବେଳେ ଦୁଇଟି କନ୍ୟା ସନ୍ତାନଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରସବର ୯ମାସ ପରିବର୍ତ୍ତେ ୬ମାସ ଏକ ଦିନରେ ପ୍ରସବ ହୋଇଥିଲା । ସକାଳ ୧୦ଟାରେ ଜନ୍ମଗ୍ରହଣ କରିଥିବା ଏହି ଶିଶୁମାନଙ୍କ ମଦ୍‌ୟରୁ ଆଉ ତିନି ଜଣଙ୍କର ରାତି ୮ଟାରେ ମୃତ୍ୟୁ ହୋଇଥିଲା । ଶେଷ ଶିଶୁର ଅବସ୍ଥା ମଧ୍ୟ ବହୁତ ଗମ୍ଭୀର ଥିଲା । କିନ୍ତୁ ପ୍ରସୂତୀ ମହିଳାଙ୍କର ସ୍ୱାସ୍ଥ୍ୟଅବସ୍ଥା ଭଲ ଥିବା ଜଣାପଡିଛି ।
ଶୋପୁର ଜିଲ୍ଲାର ବଡ଼ୋଦାରେ ରହୁଥିବା ବିନୋଦ ମାଳିଙ୍କ ଏହା ପ୍ରଥମ ପ୍ରସବ ଥିଲା । ଶନିବାର ପ୍ରସବ ପୀଡ଼ା ହେବାରୁ ତାଙ୍କୁ ବଡ଼ୋଦା ହସ୍ପିଟାଲରୁ ଶୋପୁରକୁ ସ୍ଥାନାନ୍ତର କରାଯାଇଥିଲା । ମହିଳା ୭ମାସର ଅନ୍ତସତ୍ତ୍ୱା ଥିବା ବେଳେ ତାଙ୍କର ପ୍ରସବ ପୀଡ଼ା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସୋନୋଗ୍ରାଫି କରିବା ପରେ ତାଙ୍କ ଗର୍ଭରେ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୬ଟି ସନ୍ତାନ ଥିବା ଜଣାପଡ଼ିଥିଲା । ପ୍ରସୂତୀ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ନୀତୁ ସିକରୱାର କହିଛନ୍ତି, ଏପରି କେସ ଲକ୍ଷେରେ ଗୋଟିଏ ଦେଖିବାକୁ ମଳିଥାଏ ।
ଆଶ୍ଚର୍ଯ୍ୟର କଥା ହେଉଛି ଏହି ସନ୍ତାନକୁ ଜନ୍ମ ଦେବା ପାଇଁ ମହିଳାଙ୍କ କୌଣସି ଅସ୍ତ୍ରୋପଚାର କରିବାକୁ ପଡ଼ି ନଥିଲା । ସେ ନର୍ମାଲ ପ୍ରସବ କରି ମାତ୍ର ୩୫ ମିନିଟରେ ୬ଟି ସନ୍ତାନକୁ ଜନ୍ମ ଦେଇଥିଲେ । ଚିକିତ୍ସା ଚାଲିଥିବା ବେଳେ ଦୁଇଟି କନ୍ୟା ସନ୍ତାନଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking