28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗୟୁପି ଗଣଦୁଷ୍କର୍ମ ମାମଲାରେ ଏସଆଇଟି ଗଠନ

ୟୁପି ଗଣଦୁଷ୍କର୍ମ ମାମଲାରେ ଏସଆଇଟି ଗଠନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ୩ଜଣିଆ ଏସଆଇଟି ଗଠନ କଲେ ଉତ୍ତରପ୍ରଦେଣ ମୁଖ୍ୟମନ୍ତ୍ରୀ ଯେ।।ଗୀ ଆଦିତ୍ୟନାଥ । ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ସେ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଫାଷ୍ଟ୍ର- ଟ୍ରାକ୍ କୋର୍ଟରେ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ସେପେ୍‌ଠମ୍ବର ୧୪ ତାରିଖରେ ଦଳିତ ମହିଳାଙ୍କ ସହ ୪ ଜଣ ଦୁଷ୍କର୍ମ କରିଥିଲେ । ଦିଲ୍ଲୀରେ ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଦେଶ ବ୍ୟାପୀ ପ୍ରତିକ୍ରିୟା । କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗୀ ସରକାରଙ୍କୁ ଏହି ପ୍ରସଙ୍ଗରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ପୋଲିସ ଦ୍ୱାରା କରାଯାଇଥିବା ଅନ୍ତିମ ସଂସ୍କାରକୁ ଅମାନବୀୟ ବୋଲି ବର୍ଣ୍ଣନା କରିଥିଲେ। ଏହା ସହ ପ୍ରିୟଙ୍କା ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking