୨୪ଘଣ୍ଟାରେ ରାଜ୍ୟରେ ୫୦,୧୪୭ କରୋନା ନମୁନା ପରୀକ୍ଷା

କରୋନା ଟେଷ୍ଟ

ଭୁବନେଶ୍ୱର:ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଥମିବାର ନାଁ ନେଉନି କରୋନା ସଂକ୍ରମଣ । ରାଜ୍ୟରେ ଏଥିସହ ପ୍ରତିଦିନ ଟେଷ୍ଟ ସଂଖ୍ୟା ମଧ୍ୟ ବଢିଚାଲିଛି । ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟରେ ଟେଷ୍ଟ ସଂଖ୍ୟା ବଢିଥିବାରୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦ ହଜାର ୧୪୭ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ ପଦ୍ଧତିରେ ୪୩,୧୮୮, ଆରଟିପିସିଆରରେ ୬,୮୯୯ ଏବଂ ଟ୍ରୁନଟ୍‌ରେ ୬୦ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ରାଜ୍ୟରେ ୪୧,୪୫୨କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୫,୬୫୭ଟି ଆରଟିପିସିଆର ଏବଂ ୩୫, ୬୯୪ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୦୧ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here