40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶହ୍ୱାଟ୍ସଆପରେ କରନ୍ତୁ ଏପରି ସେଟିଙ୍ଗ , କେହି ପଢି ପାରିବେନି ଆପଣଙ୍କ ଚାଟ ଓ ଚାଟ...

ହ୍ୱାଟ୍ସଆପରେ କରନ୍ତୁ ଏପରି ସେଟିଙ୍ଗ , କେହି ପଢି ପାରିବେନି ଆପଣଙ୍କ ଚାଟ ଓ ଚାଟ ସୁରକ୍ଷିତ ରହିବ

ନୂଆଦିଲ୍ଲୀ : ହ୍ୱାଟ୍ସଆପରେରେ ପ୍ରାଇଭେସି ପରେ ଯଦି ଆପଣଙ୍କୁ ଆପଣଙ୍କ ଡାଟା କିମ୍ବା ଚାଟ ଲିକ ହେବାର ଭୟ ରହିଛି ତେବେ ଆପଣ ହ୍ୱାଟ୍ସଆପର ସେଟିଙ୍ଗରେ ଏହି ପରିବର୍ତ୍ତନ କରନ୍ତୁ । ଏହିପରି କଲେ ଆପଣଙ୍କ ଫୋନ ସୁରକ୍ଷିତ ରହିବ ।

ସୋସିଆଲ ମିଡିଆ ହ୍ୱାଟ୍ସଆପକୁ ନେଇ ଏହି ମଧ୍ୟରେ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳିଛି । ହ୍ୱାଟ୍ସଆପ ନିଜର ନୂଆ ପ୍ରାଇଭେସି ପଲିସି ଅନୂସାରେ ବ୍ୟବହାରକାରୀ ମାନଙ୍କ ଡାଟା କମ୍ପାନୀ ଦ୍ୱାରା ବ୍ୟବହାର କରାଯିବା ନେଇ କଥା ଉଠିଥିଲା । ଯାହାର ଦୃଢ ବିରୋଦ୍ଧ ମଧ୍ୟ କରାଯାଇଥିଲା । ଏହି କାରଣରୁ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ସଂଖ୍ୟାରେ ବହୁତ କ୍ଷତି ହୋଇଛି । କିନ୍ତୁ ହ୍ୱାଟ୍ସଆପ ଏହି କିଛି ଦିନ ତଳେ ଟ୍ୱିଟ କରି କହିଥିଲା ଯେ ବ୍ୟବହାରକାରୀ ମାନଙ୍କ ଡାଟାକୁ କୌଣସି ପ୍ରକାର କ୍ଷତି ହେବ ନାହିଁ ।

ହ୍ୱାଟ୍ସଆପରେ ଆମେ ଭଏସ କଲ ,ଭିଡିଓ କଲ ଚାଟିଙ୍ଗ ଇତ୍ୟାଦି କରିଥାଉ । ଏହାସହ ହ୍ୱାଟ୍ସଆପର ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି । ଘରେ ରହି ଅଫିସ କାମ କରିବା ସମୟରେ ହ୍ୱାଟ୍ସଆପରେ ଏପରି ବହୁତ ଜରୁରୀ କାଗଜ ପତ୍ର ରହିଥାଏ । ଯାହାକୁ ସୁରକ୍ଷିତ ରଖିବା ଆମ ପାଇଁ ଅତି ଆବଶ୍ୟକ । ଫୋନ ହଜି ଯିବା ଦ୍ୱାରା କିମ୍ବା ଘରେ ଛୋଟ ପିଲା ହ୍ୱାଟ୍ସଆପରେ କିଛି ଜରୁରୀ କାଗଜ ଓ ଫଟୋ ଭୁଲରେ ପଠାଇଦେବା ଦ୍ୱାରା , ଏହି ସବୁ ଅବସ୍ଥାରେ ନିଜ ଫୋନର ଡାଟା ଓ ଚାଟକୁ ସୁରକ୍ଷିତ ରଖିବା ବହୁତ ଜରୁରୀ ହୋଇଯାଇଥାଏ । ନଚେତ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆଜି ଚାଲନ୍ତୁ ଜାଣବା ଏପରି ହ୍ୱାଟ୍ସଆପର ଏକ ସେଟିଙ୍ଗ ଯେଉଁଥିରେ ହ୍ୱାଟ୍ସଆପର ଡାଟା ଓ ଚାଟ ସୁରକ୍ଷିତ ରହିପାରିବ ।

ହ୍ୱାଟ୍ସଆପର ଟୁ ଷ୍ଟେପ ଅର୍ଥୋଟିକେସନ

ଆପଣଙ୍କ ହ୍ୱାଟ୍ସଆପରେ ଏକ ଏକ ସେଟିଙ୍ଗ ରହିଚି ଯାହା ଆପଣଙ୍କ ଡାଟାକୁୁ ସୁରକ୍ଷିତ ରଖିପାରିବ । ଏଥିପାଇଁ ଆପଣ ହ୍ୱାଟ୍ସଆପ ଖୋଲି ସେଠାରେ ସେଟିଙ୍ଗ ଅପସନକୁ ଯାଆନ୍ତୁ । ତାପରେ ସେଠାରେ ଥିବା ଆକାଉଣ୍ଟ ଅପସନକୁ କ୍ଲିକ କରନ୍ତୁ । ଏହିଠାରେ ଆପଣଙ୍କୁ ୨ ଷ୍ଟେପ ଭେରିଫିକେସନର ଅପସନ ଦେଖାଯିବ । ଏହି ଅପସନକୁ ଏନାବଲ କରିବାକୁ ହେବ । ଏହିଠାରେ ଆପଣ ୬ ଅଙ୍କର ଏକ ପିନ ନମ୍ବର ଦେଇପାରିବେ । ୨ ଷ୍ଟେପ ଭେରିଫିକେସନ କୋର୍ଡ ତିଆରି କରିବା ପରେ ଆପଣଙ୍କ ଇ-ମେଲ ସହିତ ଲିଙ୍କ କରିବା ପାଇଁ ଅପସନ ଦେଖାଯିବ । ଏଥିରେ ଲିଙ୍କ କରିବା ଦ୍ୱାରା ଯଦି ଆପଣ କେବେ ନିଜର ପିନ ଭୁଲିଯାଆନ୍ତି , ତେବେ ମେଲ ଭେରରିଫିକେସନ ଦ୍ୱାରା ଆପଣ ହ୍ୱାଟ୍ସଆପ ଖୋଲି ପାରିବେ ।
ଯଦି ଆପଣ ଇଣ୍ଟରନେଟ ବ୍ୟଙ୍କିଙ୍ଗ କରୁଛନ୍ତି ତେବେ ଆପଣଙ୍କ ଫୋନରେ ପ୍ୟାର୍ଟନ ଲକ ପରିବର୍ତ୍ତେ ଫିଙ୍ଗର ପ୍ରିଣ୍ଟ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଫୋନ ଅନ୍ୟ କେହି ଖୋଲି ପାରିବେ ନାହିଁ । ଏଥିପାଇଁ ଆପଣ ହ୍ୱାଟ୍ସଆପର ସେଟିଙ୍ଗକୁ ଯାଇ ପ୍ରାଇଭେସି ଅପସନର ଫିଙ୍ଗର ପ୍ରିଣ୍ଟ ଅପସନକୁ ଯାଆନ୍ତୁ । ଏହାକୁ ଆପଣ ଏନାବଲ କରିପାରିବେ । ଏଥିରେ ଆପଣଙ୍କ ଡାଟା ସୁରକ୍ଷିତ ରହିବ ।

ଯଦି ଆପଣ କାହାର ମେସେଜ ପଢି ତାକୁ ଜଣେଇବାକୁ ଚାହାନ୍ତିନି କି ଆପଣ ମେସେଜ ପଢିଛନ୍ତି ବୋଲି ତେବେ ହ୍ୱାଟ୍ସଆପର ସେଟିଙ୍ଗକୁ ଯାଇ ଆକାଉଣ୍ଟକୁ ଯିବା ପରେ ସେଠାରେ ଥିବା ପ୍ରାଇଭେସି ଅପସନରେ ଥିବା ରିଡ୍ ରେସିପ୍ଟସକୁ ବନ୍ଦ କରିଦିଅନ୍ତୁ । ଏଥିରେ ଅନ୍ୟକୁ ଜଣା ପଡିବ ନାହିଁ କି ଆପଣ କାହାର ମେସେଜ ପଢିଛନ୍ତି କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking