33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବାପା କାର୍ ଚକା ତଳେ ଚାଲିଗଲା ଝିଅ ଜୀବନ

ବାପା କାର୍ ଚକା ତଳେ ଚାଲିଗଲା ଝିଅ ଜୀବନ

ବ୍ୟୁରୋ : ବାପା କାର୍ ଚକା ତଳେ ଚାଲିଗଲା ଝିଅ ଜୀବନ । ଅଜାଣତରେ ବାପା ଗାଡ଼ି ପାର୍କ କରୁ କରୁ ଘଟିଗଲା ଅଘଟଣ । ଖୁସି ମନରେ ବାପା ଗାଡ଼ିରୁ ଓହ୍ଲାଇବାକୁ ଅପେକ୍ଷା କରିଥିବା କୁନି ଝିଅଟି କିଛି ବୁଜିବା ଆଗରୁ ଦୁନିଆ ଛାଡ଼ି ଚାଲିଗଲା। ଭୁଲବଶଃତ ହୋଇ ଯାଇଥିବା ଏପରି ଅଘଟଣ ଯୋଗୁ ନିଜ ଛୁଆ ଚାଲି ଯାଇଥିବା ବେଳେ ମୁଣ୍ଡ ପିଟି କାନ୍ଦୁଛନ୍ତି ବାପା ମା’ ।

ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏପରି ଏକ ଲୋମଟାଙ୍କୁରା ଘଟଣା ବାଙ୍ଗାଲୁରୁରେ ଘଟିଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏକ ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରିଲେ ପରିବାର ସଦସ୍ୟ। ଅନ୍ୟ ସବୁ ସଦସ୍ୟ କାର୍‌ରୁ ଓହ୍ଲାଇ ଘରକୁ ଚାଲି ଯାଇଥିବା ବେଳେ କାର୍ ପାଖରେ ଛିଡ଼ା ହୋଇଥିଲା ଦୁଇ ବର୍ଷର  କୁନି ଝିଅ। ବାପା ଗାଡ଼ି ପାର୍କିଂ କରି ସାରିଲେ ସାଙ୍ଗ ହୋଇ ଘରକୁ ଯିବେ ବୋଲି ଭାବିଥିଲେ। ମାତ୍ର ଝିଅ ଛିଡ଼ା ହୋଇଥିବା କଥା ଜାଣି ନ ପାରି ବ୍ୟକ୍ତିଜଣକ ନିଜ ପିଲା ଉପରେ ହିଁ ଗାଡ଼ି ଚଢ଼ାଇଥିଲେ। ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇ ଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking