25.1 C
Bhubaneswar
Thursday, May 9, 2024
Homeଓଡିଶାଛୁଆଙ୍କୁ କାଳ ମୋବାଇଲ ଡିସ୍‌ପ୍ଲେ ଲାଇଟ୍ ; ୩ ହଜାର ଶିଶୁଙ୍କ ଦୃଶ୍ଟିଶକ୍ତି କମିଗଲା

ଛୁଆଙ୍କୁ କାଳ ମୋବାଇଲ ଡିସ୍‌ପ୍ଲେ ଲାଇଟ୍ ; ୩ ହଜାର ଶିଶୁଙ୍କ ଦୃଶ୍ଟିଶକ୍ତି କମିଗଲା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ବର୍ଷକ ଭିତରେ ହଜାର ହଜାର ଶିଶୁ ଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇଛି । ଯାହା ଅଭିଭାବକଙ୍କୁ ଚିନ୍ତାରେ ପକାଇ ଦେଇଛି । ଡାକ୍ତରଙ୍କୁ ଦେଖାଇବା ପରେ ସେମାନଙ୍କ ସମୀପ ଦୃଷ୍ଟି ଓ ଦୁରଦୃଷ୍ଟି ଶକ୍ତି ଗଭୀର ଭାବେ ପ୍ରଭାତିତ ହେବା ଜଣାପଡିଛି । ତେବେ ମୋବାଇଲକୁ ବେଶୀ ସମୟ ଦେଖିବା ଓ ପରିବେଶ ପ୍ରଦୂଷଣର ପ୍ରଭାବ କୁନି ପିଲାଙ୍କ ଉପରେ ସାଂଘାତିକ ଭାବେ ପଡୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଅନୁଗୁଳ ଜିଲ୍ଲାରେ ଯଦି ଏପରି ସ୍ଥତି ସାରା ରାଜ୍ୟରେ ସ୍ଥିତି କଣ ଥିବ ଏଥିରୁ ସ୍ପଷ୍ଟ ଜଣାପଡୁଛି । ସୂଚନା ମୁତାବକ , ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ଗତ ବର୍ଷ ଜୁନ୍ ମାସରୁ ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଅନୁଗୁଳ , ତାଳଚେର , କଣାହାଁ, ଛେଣ୍ଡିଦା , କିଶୋରନଗର , ପାଳଲହଡା ଓ ଆଠମଲ୍ଲିକ ବ୍ଲକର ବିଭାନ୍ନ ସ୍ଥାନରେ ଏହି କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ସେହିପରି ଜିଲ୍ଲାର ପ୍ରାୟ ଦେଢ ଲକ୍ଷ ପିଲାଙ୍କ ଆଖି ପରିକ୍ଷା ହୋଇଥିଲା । ତେବେ ସେମାନଙ୍କ ମଧ୍ୟମରେ ୨୨ଶହ ପିଲାଙ୍କ ଦୃଷ୍ଟିଶକ୍ତି କମିଥିବା ଜଣାପଡିଛି । ସେହିପରି ବିଭିନ୍ନ ବେସରକାରୀ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଖି ପରୀକ୍ଷା କରାଇବାକୁ ଆସିଥିବା ପ୍ରୟ ହଜାରେ ପିଲାଙ୍କ ଦୃଷ୍ଟିଶକ୍ତି କମିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking