33.1 C
Bhubaneswar
Tuesday, May 21, 2024
Homeଓଡିଶାବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା, ଏସ୍‌ଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କୁ ମିଳିନି ସରକାରଙ୍କ ନିବେଦନପତ୍ର

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା, ଏସ୍‌ଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କୁ ମିଳିନି ସରକାରଙ୍କ ନିବେଦନପତ୍ର

ବଲାଙ୍ଗିର : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ କରିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।  ଏସ୍‌ଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କୁ ମିଳିନାହିଁ ସରକାରଙ୍କ ନିବେଦନ ପତ୍ର ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି, ରାଜ୍ୟ ଉଚ୍ଚ ନ୍ୟାୟାଳୟର ତତ୍ତ୍ୱାବଧାନରେ ତଦନ୍ତ ହେବା ଘୋଷଣା କରିବା ପରେ ଗୃହ ବିଭାଗର ସ୍ୱତନ୍ତ୍ରସଚିବ ହାଇକୋର୍ଟଙ୍କୁ ପତ୍ର ଲେଖାଯାଇଛି ବୋଲି କହିଥିଲେ । ନ୍ୟାୟାଳୟ ଉପରେ ଆସ୍ଥା ଓ ବିଶ୍ୱାସ ଯୋଗୁଁ ଏହି ଜଘନ୍ୟ ଘଟଣାର ସତ୍ୟତା ଲୋକ ଲୋଚନକୁ ଆସିବ ବୋଲି ଜନସାଧାରଣ ଆଶା କରିଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ବିଜେପି ଗ୍ରହଣ ନକରି ସିବିଆଇ ତଦନ୍ତ ଦାବିରେ ଅଟଳ ରହିଥିବା ବେଳେ କଂଗ୍ରେସ ନେତାମାନେ ଏହାକୁ ଐତିହାସିକ ସଫଳତା ବୋଲି କହିଥିଲେ । ଏହି ସମ୍ବେଦନଶୀଳ ଘଟଣାର ସତ୍ୟତା ଜାଣିବା ପାଇଁ ଶ୍ରୀ ପଣ୍ଡା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ତଥା ଜନ ସୂଚନା ଅଧିକାରୀ ବି.ଦାଶଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ , ନୟାଗଡ ଜିଲ୍ଲା ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ୱାବଧାନରେ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରୁ କୌଣସି ନିବେଦନ ପତ୍ର ହାଇକୋର୍ଟଙ୍କ ହସ୍ତଗତ ହୋଇନାହିଁ । ଯେହେତୁ ରାଜ୍ୟ ସରକାରଙ୍କ ନିବେଦନ ପତ୍ର ମିଳିନାହିଁ , ତେଣୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରଶ୍ନ ଉଠୁନାହିଁ ବୋଲି ତଥ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିବେଦନ ପତ୍ର ଉପରେ ହାଇକୋର୍ଟ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ପଣ୍ଡା ମାଗିଥିବା ତଥ୍ୟ ନେଇ ଏହି ସୂଚନା ପ୍ରଦାନ କରାଯାଇଛି । ତେଣୁ ଏହି ତଥ୍ୟରୁ ବର୍ତ୍ତମାନ ସ୍ପଷ୍ଟ ହେଉଛି ଯେ , ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ନୁହେଁ । ପରୀକୁ ନ୍ୟାୟ ଦାବିରେ ଗଣତନ୍ତ୍ର ମନ୍ଦିର ସମ୍ମୁଖରେ ତାଙ୍କ ବାପା ଓ ମା’ଙ୍କ ଶେଷ ଚେଷ୍ଟା ବିଫଳ ହୋଇଛି ଏବଂ ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଧାନସଭା ଚାଲିଥିବା ସମୟରେ ନ୍ୟାୟ ଦାବି କରି ପରୀର ବାପା ଓ ମା’ ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ସେହି ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା । ଗୃହରେ ସଂସଦୟୀ ମନ୍ତ୍ରୀ ଉତ୍ତର ରଖି କହିଥିଲେ , ସରକାର ହାଇକୋର୍ଟରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହାଇକୋର୍ଟ ସରକାରଙ୍କ ନିବେଦନ ପତ୍ର ପାଇବାରୁ ସ୍ପଷ୍ଟ ଜଣାପଡିଛି ଯେ, ଗଣତନ୍ତ୍ରର ମନ୍ଦିରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେଦୂର ପାଳନ ହୋଇଛି ।

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking