32.1 C
Bhubaneswar
Friday, April 26, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ଥାନାରେ ମାମଲ, ଆନ୍ଦୋଳନ ଧମକ ଦେଲା ଆଦିବାସୀ ସଂଘ

ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ଥାନାରେ ମାମଲ, ଆନ୍ଦୋଳନ ଧମକ ଦେଲା ଆଦିବାସୀ ସଂଘ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗାଇଖାଇଛକ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ଗୁଡିକ ବେଆଇନଭାବେ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ଆଦିବାସି ସଂଘ ଘର ଭାଙ୍ଗଥିବା ଅଭୀଯୁକ୍ତ ମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି । ସହ ଏହି ଘର ଭଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ଆଦିବାସୀ ସଂଘ ଚେତବାନୀ ଦେଇଛି ।
ସୁଚନା ଯୋଗ୍ୟ ଯେ, ସରକାରୀ ନୀତି ନିୟମ ଅନୁଯାୟୀ କିଛି ଦଳିତ ଓ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର
ନିର୍ମାଣ କରିବା ପାଇଁ ଆଦେଶ ପାଇଥିଲେ । ଛାତ ଲେଭେଲ ପର୍ଯ୍ୟନ୍ତ ଘର ମଧ୍ୟ ତିଆରି ହୋଇ ସାରିଥିଲା । ତେବେ ସେ ଘର ସବୁକୁ ଜେସିବି ମେସିନ ଲଗାଇ ଭାଙ୍ଗି ଦିଆଯାଇଛି । ଘଟଣାକୁ ନେଇ ପ୍ରପିଡିତ ଦଳିତ ଓ ଆଦିବାସୀ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଆଦିବାସୀ ସଂପ୍ରଦାୟର ସୁଶ୍ରୀ ଶବର , ନାରାୟଶ ଶବର , ଦଶରଥ ଶବର , ଝିତୃ ଶବର , ଦଳିତ ସଂପ୍ରଦାୟର ତୀର୍ଥ ଦୀପ ଓ ମାଷ୍ଟର ବାଗ ପ୍ରମୁଖ ଘର ନିର୍ମାଣ କରିଥିଲେ । ଏହି ପରିବାରମାନେ ଭୂମିହୀନ ଦଳିତ ଓ ଆଦିବାସୀ ହୋଇଥିବାରୁ ସରକାରୀ ନିୟମ ଅନୁଯାୟୀ ଆଗଲପୁର ତହସିଲଦାର ପ୍ରତ୍ୟେକ ପରିବାରଙ୍କୁ ୪ ଡେସିମିଲ ଲେଖାଏଁ ଜମି ପ୍ରଦାନ କରିଥିଲେ । ସାଲେଭଟା ରାଜସ୍ୱ ନିରୀକ୍ଷକ ଜମି ଚିହ୍ନଟ କରି ଦେଇଥିଲେ । ସରକାରୀ ପଟ୍ଟା , ଆଧାର କାର୍ଡ , ଏସଇବିସି ତାଲିକା ଓ ରାସନ କାର୍ଡ ଆଧାରରେ ଆଗଲପୁର ବିଡିଓ ଗୃହ ମଞ୍ଜୁର କରିଥିଲେ ।
ତେବେ ଛାତ ପର୍ଯ୍ୟନ୍ତ ଘର ନିର୍ମାଣ ହୋଇଥିବାରୁ ପରିବାର ଲୋକମାନେ ଉପରେ ପଲିଥିନ ଦେଇ ସେହି ଘରେ ରହୁଥିଲେ । ତେବେ ବୁଧବାର ଦିନ ଜେସିବି ମେସିନ ଲଗାଇ ଘର ସବୁକୁ ଭାଙ୍ଗି ଦିଆଯାଇଛି । ଫଳରେ ଏହି ସବୁ ପରିବାର ବର୍ତ୍ତମାନ ବାସହୀନ ହୋଇ ପଡିଛନ୍ତି । ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ରଙ୍କ ନେତୃତ୍ୱରେ ସାଲେଭଟା ସରପଞ୍ଚଙ୍କ ସ୍ୱାମୀ ମୋହନ ମୁଣ୍ଡା , ସୁରେଶ ପଣ୍ଡା , ପୂର୍ବତନ ସରପଞ୍ଚ ବିଜୟ ବେହେରା , ଅରବିନ୍ଦ ଶତପଥି,ସର୍ଭେ ମେହେର , ସୁଶୀଲ ଗୁରୁ ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ କରୋନା ସଂକ୍ରମଣକୁ ନେଇ ସଟଡାଉନ ଚାଲିଥିବା ସମୟରେ ଘର ଭାଙ୍ଗି ଦେଇଛନ୍ତି ବୋଲି ପିଡିତ ପରିବାର ଓ ଜିଲ୍ଲା ଆଦିବାସୀ ସଂଘ ତରଫରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଆଦିବାସୀ ସଂଘ ତରଫରୁ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯିବ ସହିତ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି ।
ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ ଅନୁସାରେ ପିଡିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରି ଥଇଥାନ କରିବା ତଥା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂଭୋଇ , ମହା ସଚିବ ନିରଞ୍ଜନ ବିଶି , ଅଷ୍ଟରତ୍ନ ବରିହା , ବଳଦେବ ଭୋଇ ,ସତ୍ୟ ନାରାୟଣ ଭୋଇ , ବାଳକୃଷ୍ଣ ଶବର , ବିପ୍ର ବିଶି , ବସନ୍ତ ମାଝି , ସନ୍ତୋଷ ପୁଟା , ଶରତ ଚନ୍ଦ୍ର ସିଂଭୋଇ ଓ ବନଲତା ମାଝି ପ୍ରମୁଖ ଦାବି କରିଛନ୍ତି । ଅପର ପକ୍ଷରେ ଅଭିଯୁକ୍ତମାନଙ୍କ ନାରେ ଥାନାରେ ମାମଲର ରୁଜୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking