28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଯବାନ - ଆତଙ୍କବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ସହୀଦ

ଯବାନ – ଆତଙ୍କବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ସହୀଦ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଗ୍ରୀଷ୍ମକାଳିନ ରାଜଧାନୀ ଶ୍ରୀନଗର ଉପକଣ୍ଠରେ ଥିବା ନୌଗାମରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ସେଠାରେ ଆଉ ଜଣେ ଯୁବକ ଆହତ ହୋଇଛନ୍ତି। ଯିଏ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳକୁ ଅବରୋଧ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନେ ଇଶ୍ଫାକ ଅହମ୍ମଦ ଏବଂ ଫାୟାଜ ଅହମ୍ମଦ ବୋଲି ଜଣାପଡିଛି ।  ଜାମ୍ମୁ କାଶ୍ମୀର ପୋଲିସର ଆଇଆରପି ବାଟାଲିୟନ -୨୦ ରେ ଏମାନେ ପୋଷ୍ଟିଂ ହୋଇଥିଲେ । ଏଥି ସହ ଆହତ ଯବାନ ମହମ୍ମଦ ଆଶରଫଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking