30.1 C
Bhubaneswar
Saturday, April 27, 2024
Homeଓଡିଶାସଚେତନତା ନା’ରେ ଅଶ୍ଳୀଳତା: ଚିତ୍ର ବଦଳାଇଲା ବିଏମ୍‌ସି

ସଚେତନତା ନା’ରେ ଅଶ୍ଳୀଳତା: ଚିତ୍ର ବଦଳାଇଲା ବିଏମ୍‌ସି

ଭୁବନେଶ୍ୱର : କରୋନା ସଚେତନତା ନା’ର ବିଏମ୍‌ସି ସାମାଜିକ ସ୍ତରରେ ଅଶ୍ଲୀଳତା ବାଣ୍ଟୁଥିବା ଅଭିଯୋଗ ହୋଇଛି । କରୋନାକୁ ସ୍ୱାସ୍ଥ୍ୟକର୍ମୀମାନେ କେମିତି ମାତ୍ ଦେଉଛନ୍ତି, ସେ ବିଷୟରେ ଦର୍ଶାଇବାକୁ ଯାଇ ବିଏମସିର ଚିତ୍ରକରମାନେ ଅଶ୍ଳୀଳ ଚିତ୍ର ସବୁ ଆଙ୍କିଛନ୍ତି । ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଏମ୍‌ସିର ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରାଜଧାନୀ ରାସ୍ତାର କାନ୍ଥରେ ସଚେତନତା ଚିତ୍ରରେ କିଛି ଅଶ୍ଲୀଳ ଚିତ୍ର ଅଙ୍କା ଯାଇଥିଲା । ଏହାକୁ ନେଇ ଖବର ପ୍ରସାରଣ ପରେ ଚିତ୍ର ହଟାଇବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଏବେ ପରିବର୍ତ୍ତନ ହୋଇସାରିଛି । ତେବେ କରୋନାକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱରରେ ଅନେକ ସ୍ଥାନରେ ସଚେତନତା ଚିତ୍ର କରାଯାଉଛି । ଆଉ ଏହି ଚିତ୍ରଗୁଡିକ ବିଏମ୍‌ସି ପକ୍ଷରୁ ହିଁ ବିଭିନ୍ନ କାନ୍ଥରେ ଅଙ୍କାଯାଉଛି । ହେଲେ କାହା ପ୍ରରୋଚନାରେ ସମ୍ପୃକ୍ତ ଚିତ୍ରକର ଏପରି ଅଶ୍ଳୀଳ ଚିତ୍ର କଲେ ସେନେଇ ତଦନ୍ତ କରିବାକୁ କମିଶନର ଶ୍ରୀ ସିଂ ସହର ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ନୟାପଲ୍ଲୀସ୍ଥିତ ବ୍ରିଡ଼ କଲୋନୀର ପ୍ରବେଶ ପଥରେ ଏଭଳି ଚିତ୍ର ଅଙ୍କାଯାଇଥିଲା । କିନ୍ତୁ ଏହି ସଚେତନତାରେ ଅନେକ ଅଶ୍ଲୀଳତା ନଜର ଆସିଥିଲା । ଚିତ୍ର ମାଧ୍ୟମରେ ସଚେତନତାକୁ ଅଶୋଭନୀୟ ଭାବେ ଚିତ୍ରିତ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହା ସମାଜକୁ ଏକ ଭୁଲ ଦିଗଦର୍ଶନ ଦେଉଥିଲା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପମାନିତ କରୁଛି ବୋଲି କହି ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଏଭଳି ଚିତ୍ରର ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଚିତ୍ରକୁ ହଟାଇବା ପାଇଁ ଦାବି କରିଥିଲେ । ଲୋକଙ୍କ ଅଭଯୋଗକୁ ନେଇ ବିଏମ୍‌ସି କମିଶନର ତତ୍ପରତା ଦେଖାଇଥିବାବେଳେ ଚିତ୍ରଗୁଡିକୁ ପୁନଃ ଚିତ୍ରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking