40.1 C
Bhubaneswar
Thursday, April 25, 2024
Homeଓଡିଶାଚାଷୀଙ୍କ ବକେୟା ଅର୍ଥ ଓ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଧରେ ବିଜେଡିର ଗଣଧାରଣା

ଚାଷୀଙ୍କ ବକେୟା ଅର୍ଥ ଓ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଧରେ ବିଜେଡିର ଗଣଧାରଣା

ଦେବଗଡ: ଦେବଗଡ ଜିଲ୍ଲାର ଚାଷୀଙ୍କ ବକେୟା ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ଏଫସିଆଇ ପକ୍ଷରୁ ଚାଉଳ ଉଠାଣରେ ଅବହେଳା ପ୍ରତିବାଦରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଆଜି ପୁର୍ବାହ୍ନରେ ଜିଲ୍ଲା ବିଜେଡି କୃଷକ ସେଲର ସଭାପତି ଇଂ ଚିତରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣା କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ର ବହୁ ପଦାଧିକାରୀ, କର୍ମକର୍ତା ଓ ଚାଷୀ ଉପସ୍ଥିତ ରହି ଗଣଧାରଣାରେ ଅଂଶ ଗ୍ରହଣ କରିବା ସହ କେନ୍ଦ୍ର ସରକାର ଜାଣିଶୁଣି ଏଫସିଆଇ ଗୋଦାମରେ ଚାଉଳ ଉଠାଣ କରୁନଥିବାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରି ଅନେକ ସ୍ଥାନରେ ପଡିରହିଛି । ସେହିପରି ଏହାର ରକ୍ଷଣା ବେକ୍ଷଣ ନିମନ୍ତେ ର।ଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେନ୍ଦ୍ର ସରକାର ଏ ଅର୍ଥ ପ୍ରଦାନ କରୁନଥିବାରୁ ଏହା ପ୍ରଭାବ ଚାଷୀଙ୍କ ଉପରେ ପଡୁଥିବା ଅଭିଯୋଗ କରିଥିଲେ । ୨୦୨୦-୨୧ ବର୍ଷରେ ଚଳିତ ମାସ ସୁଧା ୫୨.୩୫ ଲକ୍ଷ ଟନ ଚାଉଳ ଏଫସିଆଇ ଗୋଦାମରେ ମହଜୁଦ ରହିଥିବା ବେଳେ ମାତ୍ର ୧୨.୫୦ ଲକ୍ଷ ମେଟ୍ରୀକ ଟନ ଏଫସିଆଇ ଚାଉଳ ଉଠାଣ କରିଥିବା ତଥ୍ୟ ଏ ଗଣଧାରଣା ସଭାରେ ଇଂ ଶ୍ରୀ ପ୍ରଧାନ ଉପସ୍ଥାପିତ କରିଥିଲେ । ସେହିଭଳି ସ୍ୱାମିନାଥନ କମିଟିର ସୁପାରିସ କୁ ଲାଗୁ କରିବା ଏବଂ କୃଷକଙ୍କୁ ବୀମା ରାଶି ପ୍ରଦାନ ପାଇଁ ଦାବୀ କରାଯାଇଥିଲା । ପରେ ରାଷ୍ଟ୍ରପତୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏ ମର୍ମରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳ, ବିଜେଡି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ନଗର ସଭାପତି ଶୁକଦେବ ଭଞ୍ଜ, ଜିଲ୍ଲା ବିଜାଡି ଯୁବ ସଭାପତି ପ୍ରତାପ ଦେବ, ତିଲେଇବଣି ବ୍ଲକ ସଭାପତି ବାବୁଲାଲ ପୃଷେଠ, ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲଳିତ କୁମାର ସାହୁ, ଏସଡିସିସି ବ୍ୟାଙ୍କ ପୁର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ବରିଷ୍ଠ ନେତା ପ୍ରମୋଦ କୁମାର ଝାଙ୍କର, ଲିଙ୍ଗରାଜ ସାହୁ, ବାରକୋଟ ବ୍ଲକ ପୁର୍ବତନ ଅଧ୍ୟକ୍ଷା ଦେବେନ୍ଦ୍ର ବେହେରା, ରିଆମାଳ ସରପଂଚ ତରଣିସେନ ପ୍ରଧାନ, ମହିଳା ନେତ୍ରୀ ନିବେଦିତା ନାଏକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking