37.1 C
Bhubaneswar
Thursday, March 28, 2024
Homeକରୋନା ଓଡିଶାସଂକ୍ରମଣ ସହ ହସ୍ପିଟାଲ ଉପରେ କମିଛି ଚାପ : ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି ୪୩...

ସଂକ୍ରମଣ ସହ ହସ୍ପିଟାଲ ଉପରେ କମିଛି ଚାପ : ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି ୪୩ % ରୋଗୀ 

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣ କମିବା ପରେ ସ୍ୱାଭାବିକ ଭାବେ ହସ୍ପିଟାଲ ଉପରେ ଚାପ କମିଛି । ହେଲେ ହସ୍ପିଟାଲରେ ଥିବା ଅଧିକାଂଶ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଚିନ୍ତା ବଢାଇ ଦେଇଛି । ମେଡିକାଲରେ ଭର୍ତ୍ତି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪୩% ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି । ଏପଟେ ଭୁବନେଶ୍ୱରରେ ଦୈନିକ ୨୦ରୁ ୨୫ ଜଣ ଆକ୍ରାନ୍ତ ହସ୍ପିଟାଲକୁ ଯାଉଥିବା ସୂଚନା ମିଳିଛି । ରାଜ୍ୟରେ ସାଧାରଣ ଶଯ୍ୟା ୧୧,୪୩୫ ରହିଥିଲାବେଳେ ୧,୨୮୯ ରୋଗୀ ଭର୍ତ୍ତି ହୋଇଛନ୍ତି । ଯାହାକି ୧୧.୨୭% ରହିଛି । ସେହିପରି ଆଇସିୟୁ/ଏଚଡିୟୁ ୪୭୩୫ ଶଯ୍ୟା ରହିଥିଲା ବେଳେ ସେଥିରେ ୧,୫୬୨ ରୋଗୀ ଭର୍ତ୍ତି ହୋଇଛନ୍ତି । ଯାହାକି ୩୨.୯୯% ରହିଛି । ସିସିସି/ସିସିଏଚ୍ ୨୮ହଜାର ୬୪୭ ଶଯ୍ୟା ଥିଲାବେଳେ ସେଥିରେ ୧,୬୬୫ ରୋଗୀ ଅଛନ୍ତି । ଯାହାକି ୫.୮୧% ରହିଛି । । ଏହିପରି ଭାବେ ରାଜ୍ୟରେ ଏବେ ୪ ହଜାର ୫୧୬ ଜଣ ରୋଗୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଉ ଚକିତ କଲା ଭଳି କଥା ହେଉଛି, ୧୫୬୨ ଜଣ ରୋଗୀ ଆଇସିୟୁରେ ଅଛନ୍ତି । ଯାହା ମୋଟ ଆଇସିୟୁର ଶଯ୍ୟାର ୩୨.୯୯% । ସେହିପରି ଭେଣ୍ଟିରରେ ୩୮୪ ଆକ୍ରାନ୍ତ ରହିଛନ୍ତି । ଯାହା ମୋଟ ଭେଣ୍ଟିଲେଟରର ୨୮.୩୪ ପ୍ରତିଶତ । ମେଡିକାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଭେଣ୍ଟିଲେଟର ଓ ଆଇସିୟୁରେ ରହିବା ଚିନ୍ତା ବଢାଇ ଦେଇଛି । ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ୪ହଜାର ୫୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୬ ଜଣ ଆଇସିୟୁ ଓ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩% ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ରହିବା ଚିନ୍ତାଜନକ ଖବର । ଗୋଟିଏ ପଟେ ସଂକ୍ରମଣ ହାର ମଧ୍ୟ ୩% ତଳକୁ ଖସିିଛି । କିନ୍ତୁ ଅନେକ ଗୁରୁତର ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି । ରାଜ୍ୟରେ ୯୭,୪୦୩ କରୋନା ବେଡ ରହିଥିବା ବେଳେ ମାତ୍ର ୪.୬୪ ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking