26.1 C
Bhubaneswar
Wednesday, May 8, 2024
Homeଖେଳଆନ୍ଧ୍ର ରଣଜୀ ଅଧିନାୟକ ପଦରୁ ହଟିଲେ ବିହାରୀ

ଆନ୍ଧ୍ର ରଣଜୀ ଅଧିନାୟକ ପଦରୁ ହଟିଲେ ବିହାରୀ

ହାଇଦ୍ରାବାଦ: ଭାରତୀୟ ଖେଳାଳି ହନୁମା ବିହାରୀ ଗୁରୁବାର ଅଧିନାୟକ ପଦରୁ ହଟିବା ପରେ ଚଳିତ ରଣଜୀ ଟ୍ରଫିରେ ଆନ୍ଧ୍ର ପ୍ରଦେଶର ନେତୃତ୍ୱ ନେବେ ନାହିଁ । ଶୁକ୍ରବାର ମୁମ୍ବାଇ ବିପକ୍ଷରେ ଆରମ୍ଭ ହୋଇଥିବା ଆନ୍ଧ୍ରର ଗ୍ରୁପ୍‌-ବି’ ମ୍ୟାଚ୍‌ରେ ରିକି ଭୁଇ ଟିମ୍‌ର ନେତୃତ୍ୱ ନେଇଛନ୍ତି । ତେବେ ଏହାକୁ ନେଇ ବିବାଦ ଦେଖାଦେଇଛି । ରାଜ୍ୟ ସଂଘ ଜବରଦସ୍ତ ତାଙ୍କୁ ନେତୃତ୍ୱରୁ ହଟାଇଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଲହା ହନୁମାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏକ ଆଧିକାରିକ ବୟାନରେ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଆର୍‌ଭିସିଏଚ୍ ପ୍ରସାଦ କହିଛନ୍ତି, ବ୍ୟାଟିଂ ଉପରେ ଫୋକସ୍ କରିବା ନିମନ୍ତେ ହନୁମା ବ୍ରେକ୍ ନେବାକୁ ଚାହିଁଥିଲେ । ତାଙ୍କୁ ନେତୃତ୍ୱରୁ ହଟାଇବା ପାଇଁ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ । ଡ୍ର’ରେ ଶେଷ ହୋଇଥିବା ବେଙ୍ଗଲ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବିହାରୀ ୫୧ ରନ୍ କରିଥିଲେ । ରିପୋର୍ଟ ଅନୁସାରେ ବିହାରୀ ଏହି ମ୍ୟାଚ୍‌ରେ ଜଣେ ରିଜର୍ଭ ଖେଳାଳିଙ୍କ ଉପରେ ରାଗିଥିଲେ । ଖେଳାଳିଙ୍କ ପିତାଙ୍କ ଅଭିଯୋଗକ୍ରମେ ବିହାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking