30.1 C
Bhubaneswar
Monday, May 20, 2024
Homeଖେଳମାକ୍ଲେଘନ୍ ଏମ୍‌ଆଇ ଏମିରେଟ୍ସ ବୋଲିଂ କୋଚ୍‌

ମାକ୍ଲେଘନ୍ ଏମ୍‌ଆଇ ଏମିରେଟ୍ସ ବୋଲିଂ କୋଚ୍‌

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବତନ ନ୍ୟୁଜିଲାଣ୍ଡ୍ ଫାଷ୍ଟ୍ ବୋଲର୍ ମିଚେଲ୍ ମାକ୍ଲେଘନ୍‌ଙ୍କୁ ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଥିବା ୟୁଏଇ ଟି-୨୦ ଲିଗ୍ (ଆଇଏଲ୍‌ଟି୨୦)ରେ ନିଜ ଫ୍ରାଞ୍ଚାଇଜି ଏମ୍‌ଆଇ ଏମିରେଟ୍ସର ବୋଲିଂ କୋଚ୍ ନିଯୁକ୍ତ କରିଛି । କୋଚ୍ ଭାବେ ମାକ୍ଲେଘନ୍‌ଙ୍କ ଏହା ପ୍ରଥମ ବଡ଼ ଦାୟିତ୍ୱ ।

ସେ ମୁଖ୍ୟ କୋଚ୍ ରବିନ୍ ସିଂହଙ୍କ ଅଧୀନରେ କାମ କରିବେ । ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ମାକ୍ଲେଘନ୍ ଟିମ୍‌କୁ ଚାରିଥର ଟାଇଟଲ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ ଖେଳିଥିବା ଏହି ଫାଷ୍ଟ୍ ବୋଲର୍ ୫୪ ମ୍ୟାଚ୍‌ରେ ୨୫ ହାରରେ ୭୧ ୱିକେଟ୍ ଅକ୍ତିଆର କରିଥିଲେ । ମାକ୍ଲେଘନ୍ ୨୦୨୧ରେ ପେସାଦାର କ୍ରିକେଟ୍‌ରୁ ଅବସର ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking