31.1 C
Bhubaneswar
Sunday, May 19, 2024
Homeଖେଳଆଜିଠାରୁ ମହିଳା ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ; ଭାରତ-ଆମେରିକା ଉଦ୍‌ଘାଟନୀ ମ୍ୟାଚ୍‌

ଆଜିଠାରୁ ମହିଳା ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ; ଭାରତ-ଆମେରିକା ଉଦ୍‌ଘାଟନୀ ମ୍ୟାଚ୍‌

ରାଞ୍ଚି : ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ମାରାଙ୍ଗ ଗୋମ୍‌କେ ଜୟପାଲ୍ ସିଂହ ଆଷ୍ଟ୍ରୋ ଟର୍ଫରେ ଶନିବାର ଠାରୁ ଏଫ୍‌ଆଇଏଚ୍ ମହିଳା ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ କୋଟା ହାସଲ ପାଇଁ ୮ଟି ଦଳ ଲଢ଼େଇ କରିବେ । ବିଶ୍ୱର ନଂ.୫ ଜର୍ମାନୀ, ଜାପାନ, ଚିଲି ଏବଂ ଚେକ୍ ଗଣରାଜ୍ୟ ପୁଲ୍‌-ଏ’ରେ ସ୍ଥାନ ପାଇଥିବା ବେଳେ ଆୟୋଜକ ଭାରତ ପୁଲ୍‌-ବି’ରେ ନ୍ୟୁଜିଲାଣ୍ଡ, ଆମେରିକା ଓ ଇଟାଲୀ ସହିତ ରହିଛି । ଟୁର୍ଣ୍ଣାମେଣ୍ଟ୍‌ର ଶୀର୍ଷ ତିନିଟି ଦଳ ହିଁ କ୍ୱାଲିଫିକେସନ୍ କଟ୍ ହାସଲ କରିବେ ।

ଲଗାତାର ତୃତୀୟ ଥର ଅଲିମ୍ପିକ୍ କୋଟା ହାସଲ ପାଇଁ ସବିତା ପୁନିଆଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି । ଦ୍ୱିତୀୟ ସର୍ବୋଚ୍ଚ ର‌୍ୟାଙ୍କ୍‌ର ଦଳ ଭାବେ ଟୁର୍ଣ୍ଣାମେଣ୍ଟ୍‌ରେ ଖେଳିବାକୁ ଯାଉଥିବା ଭାରତ ନିକଟରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ସହିତ କେତେକ ମହତ୍ତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଛି । ଆୟୋଜକ ଭାରତ ଶନିବାର ଆମେରିକା ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ପୂର୍ବରୁ ୨୦୧୯ ଅଲିମ୍ପିକ୍ କ୍ୱାଲିଫାୟର୍‌ରେ ଆମେରିକାକୁ ହରାଇଥିବାରୁ ଏଠାରେ ଏହି ସଫଳତା ଦୋହରାଇବ ।

ରବିବାର ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ । ଗୋଟିଏ ଦିନର ବିଶ୍ରାମ ପରେ ୧୬ ତାରିଖରେ ଦଳ ଇଟାଲୀ ବିପକ୍ଷରେ ଖେଳିବ । ୧୮ରେ ସେମିଫାଇନାଲ୍ ଏବଂ ୧୯ରେ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking