29.1 C
Bhubaneswar
Wednesday, May 8, 2024
Homeଓଡିଶାଅପୂର୍ବ ପ୍ରତିଭାର ଅଧିକାରୀ ଅନ୍ଧ ଭାଇଭଉଣୀ

ଅପୂର୍ବ ପ୍ରତିଭାର ଅଧିକାରୀ ଅନ୍ଧ ଭାଇଭଉଣୀ

ବେତନଟୀ : ବେତନଟୀ ରେଞ୍ଜର ବୈଶିଙ୍ଗା ବନପାଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବର୍ତ୍ତନା ବନ ସୁରକ୍ଷା ସମିତି ଡାହିସାହିର ଦୁଇ ଭାଇଭଉଣୀଙ୍କ କଥାକୁ ଖୋଜି ଲୋକଲୋଚନକୁ ଆଣିବା ସହିତ ବଡ଼ସାହି ବିଧାୟକ ସନାତନ ବିଜୁଳି, ପଦ୍ମମାଳି ମହିଳା ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦୁଇ ଭାଈଭଉଣୀ ହେଲେ ଡାହିସାହି ଗ୍ରାମର ରବୀନ୍ଦ୍ର ନାଏକ ଓ ସୁମିତ୍ରା ନାଏକଙ୍କ ପୁତ୍ର ସାଗର ନାଏକ ଓ କନ୍ୟା ମାମିନା ନାଏକ । ଏହି ଦୁଇ ଭାଈଭଉଣୀ ଜନ୍ମାନ୍ଧ ହୋଇଥିଲେ ମଧ୍ୟ ଅପୂର୍ବ ପ୍ରତିଭାର ଅଧିକାରି ବୋଲି ଜଣାପଡ଼ିଛି । ଗରିବ ଖଟିଖିଆ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ଏହି ଦୁଇ ଭାଈଭଉଣୀ ବାଲେଶ୍ୱର ରାଣିପାଟଣାରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟରେ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରେ ଏମାନେ କଲେଜରେ ପଦାର୍ପଣ କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ମାମିନା ଜଣେ ସୁଗାୟିକା ହୋଇଥିବା ବେଳେ ଭାଈ ସାଗର ଜଣେ ଭଲ ବାଦ୍ୟକାର ।

ଏମିତିକି ଘରୋଇ ଉପକରଣକୁ ବିଭିନ୍ନ ତାଳରେ ବଜାଇ ପାରନ୍ତି ସାଗର । ପିତା ରବୀନ୍ଦ୍ର ଓ ସୁମିତ୍ରା ମୂଲ ଲାଗି, ଶାଳପତ୍ର ଗୋଟାଇ ଯାହା ଆୟ କରନ୍ତି ସେଥିରେ ପରିବାର ଚଳେ । ଆବାସ ଯୋଜନାରେ ଘରଟିଏ ମିଳିଛି । ରବୀନ୍ଦ୍ରଙ୍କର ଏହି ଦୁହିଁଙ୍କ ବ୍ୟତୀତ ଅନ୍ୟ ୪ କନ୍ୟା ସନ୍ତାନ ଶ୍ରୀୟା, ଶିବାନୀ, ରାନି ଓ କାଜଲ ଅଛନ୍ତି । ଏତେ ବଡ଼ ପରିବାର ବୋଝକୁ ନେଇ ଚାଲିଥିବା ପରିବାର ମାମିନା ଓ ସାଗର ପାଠପଢ଼ି ଚାକିରୀ କଲେ ସେମାନଙ୍କ ଦୁଃଖ ଯିବ ବୋଲି ଆଶା ରଖିଛନ୍ତି । ପଦ୍ମମାଳି ମହିଳା ସଂଗଠନ ଓ ବର୍ତ୍ତନା ବନ ସୁରକ୍ଷା ସମିତିର ଅନୁରୋଧକ୍ରମେ ବଡ଼ସାହି ବିଧାୟକ ସନାତନ ବିଜୁଳି ରବୀନ୍ଦ୍ରଙ୍କ ଘରେ ପହଞ୍ଚି ଦୁଇ ଦିବ୍ୟ ଭାଈଭଉଣୀଙ୍କ କଳାକୃତିକୁ ଦେଖିଥିଲେ । କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ସହିତ ଆଲୋଚନା କରି ପରିବାରକୁ ସହାୟତା କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking