30.1 C
Bhubaneswar
Monday, May 20, 2024
Homeଓଡିଶାବଞ୍ଚିବାକୁ ସଂଘର୍ଷ କରି ଆଖିବୁଜିଲେ ସନ୍ତୋଷୀ

ବଞ୍ଚିବାକୁ ସଂଘର୍ଷ କରି ଆଖିବୁଜିଲେ ସନ୍ତୋଷୀ

ବୁଗୁଡ଼ା :  ଭାଇ ସହିତ ସାମାନ୍ୟ ବଚସା । ପାରିବାରିକ ପ୍ରତିହିଂସାରୁ ଝିଆରୀକୁ ଭୁଜାଲିରେ ନିର୍ମମ ଆକ୍ରମଣ । ଛୁରିରେ ଗଳା କାଟିବା ପରେ ପେଟକୁ ଭୁଷି ଦେଇଥିଲା ନୃସଂସ ଦାଦା ଧନୁ ନାୟକ । କଟକ ବଡ଼ ଡାକ୍ତରଖାନାରେ ୪ ଦିନ ଜୀବନ ସହ ସଂଘର୍ଷ କରିବା ପରେ ଆଜି ଆଖି ବୁଜିଛି ନାବାଳିକା ସନ୍ତୋଷୀ ନାୟକ(୧୧) । ଭାଇ ସହିତ ବଚସାର ୧୦ ଦିନ ପରେ ଆକ୍ରମଣ ହୋଇଥିଲା । ବଣପଲ୍ଲୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନିଜର ବଡ଼ ଭାଇ ରଙ୍କନିଧିଙ୍କ ଝିଅ ସନ୍ତୋଷୀ ନାୟକ(୧୧) ନିଜର କ୍ଷେତକୁ କୌଣସି କାମରେ ଯାଇ ଫେରୁଥିବା ବେଳେ ନରହନ୍ତା ଦାଦା ଧନୁ ହାବୁଡ଼ରେ ପଡ଼ିଥିଲା ନିଷ୍ପାପ ସନ୍ତୋଷୀ । ନୃଶଂସ ଦାଦା ଏକ ଭୁଜାଲିରେ ଝିଆରୀ ସନ୍ତୋଷୀଙ୍କ ଗଳାକୁ କାଟି ପେଟକୁ ଭୁଷି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡା ପରେ ବ୍ରହ୍ମପୁର ଓ ଶେଷରେ କଟକ ଡାକ୍ତରଖାନକୁ  ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ସନ୍ତୋଷୀଙ୍କ ଜୀବନ ରକ୍ଷା ହୋଇପାରିନଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ବରଣ କରିଥିଲେ ସନ୍ତୋଷୀ । ବାଲିପଦର ଓଆଇସିଙ୍କ ସମେତ ବଣପଲ୍ଲୀ ଗ୍ରାମବାସୀ ସନ୍ତୋଷୀଙ୍କ ଚିକିତ୍ସା ପାଇଁ ଆର୍ôଥକ ସହାୟତା କରିଥିଲେ । ଅଭିଯୁକ୍ତ ଧନୁ ନାୟକ ବିରୋଧରେ ବୁଗୁଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ ହୋଇଛି ବୋଲି ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking