28.1 C
Bhubaneswar
Saturday, April 27, 2024
Homeଓଡିଶାଦୁଇଟି ଯାକ ଆସନରେ ବିଜେଡିର ବାଜିମାତ୍‌

ଦୁଇଟି ଯାକ ଆସନରେ ବିଜେଡିର ବାଜିମାତ୍‌

ଭୁବନେଶ୍ୱର: ଯିଏ ଯେତେ ଚେଷ୍ଟା କଲେ ବି ନବୀନ ସରକାରକୁ ଗାଦିରୁ ହଟାଇପାରିବେ ନାହିଁ । ଯାହା ଆଜି ପ୍ରମାଣିତ ହୋଇଛି । ଆଜିର ଉପନିର୍ବାଚନ ଫଳାଫଳରୁ ନବୀନ ପଟ୍ଟନାୟକଙ୍କ ପ୍ରତି ଜନତାଙ୍କ କେତେ ସମର୍ଥନ ଏବଂ କେତେ ଭଲପାଇବା ରହିଛି ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି । ବିଜେପି କଂଗ୍ରେସ ଯେତେ ପ୍ରକାର କୌଶଳ ଆପଣେଇଲେ ମଧ୍ୟ ବିଜେଡିକୁ ଗାଦିଚ୍ୟୁତ କରିବାରେ ଅସଫଳ ରହିଛନ୍ତି । ତିର୍ତ୍ତୋଲ ବିଧାନସଭାରେ ଏବେ ବିଜେଡି ଆଗରେ ରହିଛି । ୨୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୦,୬୯୭ ଭୋଟରେ ଆଗୁଆ ରହିଛି । ସେହିଭଳି ବାଲେଶ୍ୱର ବିଧାନସଭା ଆସନରେ ବି ବିଜେଡି ବାଜିମାତ୍ କରିଛି । ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କର ନିକଟତମ ପ୍ରତିଦ୍ୱଦ୍ୱୀ ମାନସ କୁମାର ଦତ୍ତଙ୍କୁ ପରାସ୍ତ କରୁଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଏବେ ଖାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି । ଶେଷ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୧୩, ୩୯୫ ଭୋଟରେ ଆଗୁଆ ରହିଛି । ୨ ବିଜୟ ସହ ଓଡ଼ିଶା ବିଧାନସଭାରେ ବିଜେଡିର ମୋଟ ଆସନ ସଂଖ୍ୟାରେ ଏକ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking