28.1 C
Bhubaneswar
Saturday, April 27, 2024
HomeUncategorizedଶକ୍ତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଓଆରଭି ଆକ୍ଟ ତୁରନ୍ତ ଲାଗୁ ନକଲେ ଆନ୍ଦୋଳନ

ଶକ୍ତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଓଆରଭି ଆକ୍ଟ ତୁରନ୍ତ ଲାଗୁ ନକଲେ ଆନ୍ଦୋଳନ

ବଲାଙ୍ଗୀର,- ୱେସ୍କୋ , ନେସ୍କୋ ଓ ସାଉଥକୋରେ ଓଆରଭି ଆକ୍ଟ ଅନୁସାରେ ଅନସୂଚିତ ଜାତି ଓ ଅନସୂଚିତ ଜନଜାତି ବର୍ଗର କର୍ମଚାରୀମାନଙ୍କ ପାଇଁ ରହିଥିବା ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମ କାର୍ଯ୍ୟକାରୀ କରିବାକୁ ଓଡିଶା ଶକ୍ତି ବିଭାଗ ତରଫରୁ ନିର୍ଦ୍ଧେଶ ଜାରି କରାଯାଇଛି । ଏହା ସହିତ ନୂତନ ନିଯୁକ୍ତି ସମୟରେ ମଧ୍ୟ ଏସସି/ଏସଟି ପ୍ରାର୍ଥିଙ୍କ ପାଇଁ ମଧ୍ୟ ସଂରକ୍ଷଣ ନିୟମ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଧେଶ ଶକ୍ତି ବିଭାଗ ନିର୍ଦ୍ଧେଶ ଜାରି କରିଛି । ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ପତ୍ରସଙ୍ଖ୍ୟା ୫୭୧୬/୧.୦୭.୨୦୨୦ ଜରିଆରେ ୱେସ୍କୋର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ,ୱେସ୍କୋରେ ଏସସି/ଏସଟି କର୍ମଚାରୀମାନଙ୍କ ପାଇଁ ଓଆରଭି ଆକ୍ଟର ନିୟମ ଲାଗୁ କରିବା ପାଇଁ ୱସ୍କୋ ୟୁଟିଲିଟି ଏସସି/ଏସଟି କର୍ମଚାରୀ କଲ୍ୟାଣ ସଂଘ ତରଫରୁ ଓଡିଶା ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରାଯାଇଥିଲା । ଓଡିଶା ହାଇକୋର୍ଟ ଏହି ରିଟ ପିଟିସନ କୁ ଗ୍ରହଣ କରି ବିଚାର କରିବା ସହିତ ସପକ୍ଷରେ ରାୟ ଦେଇଥିଲେ । କର୍ମଚାରୀମାନଙ୍କ ପାଇଁ ରହିଥିବା ଆରକ୍ଷଣ ପଦ୍ଧତି କାର୍ଯ୍ୟକାରୀ କରିବା ପାଇଁ ୪୫ ଦିନ ମଧ୍ୟର ପଦକ୍ଷେପ ନେବାକୁ କୋର୍ଟ ଓଡିଶାର ମୁଖ୍ୟ ଶାସନ ସଚିବ , ଶକ୍ତି ସଚିବ ,ୱେସ୍କୋ ଓ ଗ୍ରୀଡକୋକୁ ନିର୍ଦ୍ଧେଶ ଦେଇଥିଲେ । ତେବେ ଏ ସମ୍ପର୍କରେ ଆଇନ ବିଭାଗର ମତାମତ ଲୋଡା ଯାଇଥିଲା । ଓଆରଭି ଆକ୍ଟ ଲାଗୁ କରିବା ପାଇଁ ଆଇନ ବିଭାଗ ମତ ଦେଲାପରେ ଶକ୍ତି ବିଭାଗ ତରଫରୁ ୱେସ୍କୋର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶାନାମା ଜାରି କରାଯାଇଥିଲା । ତେବେ ଶକ୍ତି ବିଭାଗର ନିର୍ଦ୍ଧେଶ ପରେ ମଧ୍ୟ ଓଆରଭି ଆକ୍ଟ ଲାଗୁ କରାଯାଇ ନାହିଁ ତଥା ଏସସିଏସଟି କର୍ମଚାରୀମାନଙ୍କ କ୍ଷେତ୍ରରେ ରହିଥିବା ୩୯ ପ୍ରତିଶତ ପଦୋନ୍ନତି ଲାଗୁ କରାଯାଇ ନାହିଁ । ଫଳରେ ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟରତ ଲାଇନମ୍ୟାନ , କିରାଣୀ , ଯନ୍ତ୍ରୀ , ମ୍ୟାନେଜର ଓ ଆକାଉଣ୍ଟ ପଦବୀରେ ତୁରନ୍ତ ପଦନ୍ନୋତୀ ଲାଗୁ କରାନଗଲେ ୱେସ୍କୋର ସମସ୍ତ କାର୍ଯ୍ୟାଳୟ ଅଚଳ କରି ଦିଆଯିବ ବୋଲି ସଂଘର ସଭାପତି ନିରଞ୍ଜନ ବିଶି , ସମ୍ପାଦକ ଜୟଦେବ ବିଶି , ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମାଝି , କେଦାର ଧରୁଆ , ଶଙ୍କର କିଶାନ , ଲଲିତ ନାଏକ , ଶୁଭେନ୍ଧୁ ସେଠ , ଦିପକ ଏକ୍କା ,ଟିକନାଥ ବାଦି ଓ ଅରବିନ୍ଦ ଛତ୍ରିଆ ପ୍ରମୁଖ ଚେତାବନୀ ଦେଇଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking