34.1 C
Bhubaneswar
Friday, March 29, 2024
Homeଓଡିଶାଯେଉଁମାନେ ଅଧିବାସୀ ଓ ଆଦିବାସୀ ଶ୍ରମିକଙ୍କୁ ମହାତ୍ମାଗାନ୍ଧୀ ନରେଗା ଯୋଜନାରେ କାମ ଦେବା ପାଇଁ ଦାବୀ

ଯେଉଁମାନେ ଅଧିବାସୀ ଓ ଆଦିବାସୀ ଶ୍ରମିକଙ୍କୁ ମହାତ୍ମାଗାନ୍ଧୀ ନରେଗା ଯୋଜନାରେ କାମ ଦେବା ପାଇଁ ଦାବୀ

ଭୁବନେଶ୍ୱର : ଜଙ୍ଗଲରେ ବାସ କରୁଥିବା ଗରିବ ଅଧିବାସୀ ଓ ଆଦିବାସୀମାନଙ୍କୁ ଜାତୀୟ ନିଶ୍ଚିତ କାର୍ଯ୍ୟ ନିଯୁକ୍ତି
ଯୋଜନାରେ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଓ ଜଙ୍ଗଲର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତି ଦେବା
ପାଇଁ, ମାସିକ ୭୫୦୦ ଟଙ୍କା ଆର୍ଥିକ ସହାୟତା ଦେବା ଓ ଡିସେମ୍ବର ମାସ ପର୍ଯ୍ୟନ୍ତ ଜଙ୍ଗଲରେ କାମ
କରୁଥିବା ସମସ୍ତ ଅଧିବାସୀ ଓ ଆଦିବାସୀମାନଙ୍କୁ ମୁଣ୍ଡପିଛା ୧୦ କେ.ଜି ଚାଉଳ ଦେବା ଏବଂ ସମସ୍ତଙ୍କୁ
କୋଭିଡ଼-୧୯ରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍ ଏବଂ ସାନିଟାଇଜର ସରକାର ଦେବା ପାଇଁ ଜାତୀୟ
ଜଙ୍ଗଲ ଓ ନିର୍ମାଣ ଆନ୍ତର୍ଜାତିକ କର୍ମଚାରୀ ମହାସଂଘର ସଭାପତି, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ
ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଆଜି ଅପରାହ୍ନରେ
ନିର୍ମାଣ ଓ ଜଙ୍ଗଲ କର୍ମଚାରୀ ଆନ୍ତର୍ଜାତିକ ମହାସଂଘ ତରଫରୁ ଆୟୋଜିତ ଏକ ଭିଡ଼ିଓ କନ୍‌ଫରେନସ୍‌ରେ
କହିଛନ୍ତି । ଭାରତରେ କୋଭିଡ଼-୧୯ର ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ବଢ଼ିଥିବାବେଳେ ଏବଂ ପ୍ରତ୍ୟେକ
ଦିନ ୨୪ ଘଂଟା ମଧ୍ୟରେ ଭାରତରେ ୨୫୦୦୦ ରୁ ଅଧିକ ସଂକ୍ରମଣ ଓ ୬୦୦ ରୁ ଅଧିକ ଲୋକ ଜୀବନ
ହାରୁଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ କର୍ମଚାରୀକୁ ଆର୍ଥିକ ପ୍ୟାକେଜ ଦେବା ପରିବର୍ତେ କେନ୍ଦ୍ର
ସରକାର ଏକ ତରଫା ଭାବେ ୪ଟି ଲେବର କୋର୍ଡ ପ୍ରଣୟନ କରିବା ଗୁଜୁରାଟ, ମଧ୍ୟପ୍ରଦେଶ ଓ ଉତର
ପ୍ରଦେଶ ସରକାର ସମସ୍ତ ଳେବର ଆଇନକୁ ୩ ବର୍ଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିବା ଓ ଓଡ଼ିଶା ସରକାର ତାହା
ଓଡ଼ିଶା ସମେତ କେତେକ ରାଜ୍ୟ ସରକାର କାର୍ଯ୍ୟ ନିଘଂଟକୁ ୮ ଘଂଟାରୁ ୧୨ ଘଂଟା ବୃଦ୍ଧି କରିବା ଓ ସମସ୍ତ
ଟ୍ରେଡ଼ ୟୁନିଅନ କାର୍ଯ୍ୟକଳାପ ଉପରେ ଆଙ୍କୁଶ ଲଗାଇବା ଫଳରେ ଏକ ଭୟ ଓ ଆତଙ୍କ ପରିସ୍ଥିତି ସୃଷ୍ଟି
ହୋଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସପର୍କିତ ପରିସ୍ଥିତିରେ ମୁକାବିଲାର ମନୋଭାବ ପରିତ୍ୟାଗ
କରି ଶ୍ରମିକ କର୍ମଚାରୀ ସଂଗଠନଗୁଡ଼ିକୁ ବିଶ୍ୱାସକୁ ନେଇ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାକୁ ସମାଧାନ
କରିବା ପାଇଁ ଜଙ୍ଗଲ ଓ ନିର୍ମାଣ ଶ୍ରମିକ ଆନ୍ତର୍ଜାତିକ ମହାସଂଘର ସଭାପତି, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର
ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଏହି
ଆନ୍ତର୍ଜାତିକ ଭିଡ଼ିଓ କନଫରେନ୍‌ସରେ ଆଲୋଚନାରେ ଭାଗ ନେଇ କହିଛନ୍ତି । ଏହି ଆଲୋଚନାରେ
ଆନ୍ତର୍ଜାତିକ ନିର୍ମାଣ ଓ ଜଙ୍ଗଲ କର୍ମଚାରୀ ଆନ୍ତର୍ଜାତିକ ମହାସଂଘ ତରଫରୁ ଶ୍ରୀଯୁକ୍ତ ଖୁନ୍‌, ଆପୋଲିନାର
ଟୋଲେଟିଂନା ପରିଚାଳନା କରିଥିଲେ । ଓଡ଼ିଶାରୁ କିଶୋର ଜେନା, ଯୋଗେନ୍ଦ୍ର ତ୍ରିପାଠୀ, ତାମିଲନାଡ଼ୁର
ପବନ କୁମାର, ନଳମୁଥୁ ସମେତ ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ, ଖାଡ଼ି ଅଂଚଳ, ରାଜ୍ୟଗୁଡ଼ିକର
ପ୍ରତିନିଧି ରାଜୀବ ଶର୍ମା, ପ୍ରେରଣା ପ୍ରସାଦ ପ୍ରମୁଖ ଏହି ଆଲୋଚନାରେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking