28.1 C
Bhubaneswar
Saturday, April 27, 2024
Homeଓଡିଶାବ୍ରହ୍ମପୁର ସୀମା ସିଲ୍‌

ବ୍ରହ୍ମପୁର ସୀମା ସିଲ୍‌

ଭୁବନେଶ୍ୱର: ବ୍ରହ୍ମପୁର ସହର ସୀମା ସିଲ୍ ଘୋଷଣା କଲେ କମିଶନର । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ପ୍ରଦାନ କରିଛନ୍ତି । ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ ଘୋଷଣା କରିଛନ୍ତି କମିଶନର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ । କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇପାରିବେନି । କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କଟକଣା ମୁକ୍ତ ରହିବେ । ମାଲ ପରିବହନକାରୀ ଗାଡିକୁ ଯା ଆସ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି । ରେଳ କିମ୍ବା ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ଯିବାକୁ ମଧ୍ୟ ଅନୁମତି ମିଳିବ ।
ସୂଚନା ଯୋଗ୍ୟ ଯେ , ରାଜ୍ୟରେ ଆଜି ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୬୧୬ ଆକ୍ରାନ୍ତ ୨୩ଟି ଜିଲ୍ଲାରୁ ବୋଲି ସୂଚନା ମିଳିଛି । ସେଥିମଧ୍ୟରୁ ୪୧୫ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୫୦ ଜଣ , ନବରଙ୍ଗପୁରରୁ ୪୦ଜଣ , ବରଗଡ଼ରୁ ୩୧ ଜଣ , ଖୋର୍ଦ୍ଧାରୁ ୨୯ଜଣ , ବାଲେଶ୍ୱରରୁ ୨୭ଜଣ , କଟକ ଓ କେନ୍ଦୁଝରରୁ ୨୩ଜଣ ଲେଖାଏଁ , ଜଗତସିଂହପୁରରୁ ୧୮ଜଣ , ଯାଜପୁରରୁ ୧୭ଜଣ , ମାଲକାନଗିରିରୁ ୧୪ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୧୩ଜଣ, ଝାରସୁଗୁଡ଼ାରୁ ୧୧ ଜଣ , ଢେଙ୍କାନାଳ ଓ ଅନୁଗୁଳରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୬ଜଣ , ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ , ଗଜପତି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking