32.1 C
Bhubaneswar
Friday, April 26, 2024
Homeଓଡିଶାପାଣିରେ ବୁଡ଼ି ନବମଶ୍ରେଣୀ ଛାତ୍ର ମୃତ

ପାଣିରେ ବୁଡ଼ି ନବମଶ୍ରେଣୀ ଛାତ୍ର ମୃତ

ବଳଙ୍ଗା : ବଳଙ୍ଗା ଥାନା ବେରବୋଇ ଗ୍ରାମର ଜଣେ ନାବାଳକ ପୋଖରୀରେ ଗାଧୋଉଥିବାବେଳେ ବୁଡ଼ି ଯିବାରୁ ତା’ର  ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣକ ଗ୍ରାମର ଗୌତମ ରାଉତଙ୍କ ପୁଅ ଶତ୍ରୁଘ୍ନ ରାଉତ (୧୫) ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ମୃତ ନାବାଳକର ଦାଦା ଧ୍ରୁବ ଚରଣ ରାଉତଙ୍କ ପକ୍ଷରୁ  ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ  ଘଟଣାସ୍ଥଳରେ ପହଞ୍ଚି  ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ମେଡିକାଲକୁ ପଠାଇ  ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଗତକାଲି ଗ୍ରାମର ଏକ ପୋଖରୀରେ ଗ୍ରାମବାସୀ  ରାତିରେ ମାଛ ଧରୁଥିବା ବେଳେ ଶତ୍ରୁଘ୍ନ ସେମାନଙ୍କ ସହ ରାତି ଅନିଦ୍ରା ହୋଇ ମାଛ ଧରିଥିଲା । ତେବେ ଆଜି ସକାଳୁ ନିଜ ବୋଉଙ୍କ ସହ ଗ୍ରାମର ଅନ୍ୟ ଏକ ପୋଖରୀରେ ଗାଧୋଉଥିବା ବେଳେ ବୋଉ ଜଲଦି ଗାଧୋଇ ଘରକୁ ଆସିବାକୁ ଶତ୍ରୁଘ୍ନଙ୍କୁ କହିଥିଲେ । ଶତ୍ରୁଘ୍ନଙ୍କ ସହ ଗ୍ରାମର ଅନ୍ୟ ୩ଜଣ  ପିଲା ମଧ୍ୟ ପୋଖରୀରେ ଗାଧୋଉ ଥିଲେ । ତେବେ ଏହି ସମୟରେ ଶତ୍ରୁଘ୍ନ ହଠାତ ପାଣିରେ ବୁଡିଯାଇଥିଲେ ।  ଅନ୍ୟ ପିଲା ମାନେ ଗାଁକୁ ଆସି  ଶତ୍ରୁଘ୍ନଙ୍କ ପରିବାର ଲୋକଙ୍କୁ ଜଣାଇବାରେ ପରିବାର ଲୋକେ ପୋଖରୀ ନିକଟରେ ପହଞ୍ଚି ଶତ୍ରୁଘ୍ନକୁ ପାଣି ଭିତରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଳଙ୍ଗା ଡାକ୍ତରଖାନାକୁ ନେଇଥିଲେ  ସେଠାରେ ଡାକ୍ତର ଶତ୍ରୁଘ୍ନକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking