29.1 C
Bhubaneswar
Saturday, May 4, 2024
Homeଓଡିଶାହିଟୱେଭକୁ ନେଇ ରାଜ୍ୟର ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ହିଟୱେଭକୁ ନେଇ ରାଜ୍ୟର ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ପ୍ରବଳ ତାତିରେ ହନ୍ତସନ୍ତ ଓଡ଼ିଶାବାସୀ । ପ୍ରଚଣ୍ଡ ଖରା ଗୁଳୁଗୁଳି ସହ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ସ୍ଥାନେ ସ୍ଥାନେ ୪୫ ଡିଗ୍ରୀ ପାର କଲାଣି ତାପମାତ୍ରା । ଏହାରି ଭିତରେ ହିଟୱେଭକୁ ନେଇ ରାଜ୍ୟର ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨ ଦିନ ପରେ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ । ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆକାଶରୁ ଅଗ୍ନିଵର୍ଷା ହେଉଥିବା ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା ।

ଆଜି ସିଭିୟର ହିଟୱେଭ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୟାଗଡ଼, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ପ୍ରଚଣ୍ଡ ପ୍ରବାହ ରହିବ । ପରେ ୨୩ ଓ ୨୪ ତାରିଖରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ । ଏହି ସମୟରେ ଯଦିଓ ଗ୍ରୀଷ୍ମ ପ୍ରବାହ ରହିବ ନାହିଁ କିନ୍ତୁ ଉଷ୍ମ ଓ ଆଦ୍ର ସ୍ଥିତି ସହ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking