ପାଣିକୋଇଲି ଥାନାର ଏଏସଆଇ ନିଲମ୍ବିତ 

ଯାଜପୁର : ଥାନାରେ ହୋଲି ଦିନ ନୃତ୍ୟ ଗୀତ ଅସାରରେ ମସଗୁଲରେ ଥିବା ପୋଲିସ ଅଫିସରଙ୍କୁ ପଡିଲା ମହଙ୍ଗା । ଯାଜପୁର ଏସ ପି ରାହୁଲ ପି ଆର ପ୍ରାଥମିକ ତଦନ୍ତ ପରେ ଜଣେ ଏ ଏ ସ ଆ ଇ କୁ ନିଲମ୍ବିତ କରିବା ଅନ୍ୟ କର୍ମ ଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ପଦକ୍ଷେପ ଗ୍ରହଣ କରାଯିବ ପାଇଁ ତଦନ୍ତ ଚାଲୁ ରହିଛି lବୋଲି ସୂଚନା ଦେଇଛନ୍ତି l ପାଣିକୋଇଲି ଥାନାରେ ହୋଲିରେ ଡ୍ୟାନ୍ସ କରୁଥିବା ପୋଲିସ ଏଏସଆଇ ସଞ୍ଜୟ ଦାସଙ୍କୁ ନିଲମ୍ବିତ କରିଛନ୍ତି ଯାଜପୁର ଏସପି । ସେହିପରି ଡ୍ୟାନ୍ସ କରୁଥିବା ସମସ୍ତ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ଏସପି ।

ପାଣିକୋଇଲି ଥାନାରେ ପୋଲିସ ଅଫିସର ଓ ମହିଳା କନଷ୍ଟେବଳ ହୋଲି ଦିନ ନାଚଗୀତରେ ମସଗୁଲ ଥିବା ନେଇ ଏକ ଭିଡିଏ ଭାଇରାଲ ହୋଇଥିଲା । ଯାହାକୁ ନେଇ ଦିନ ତମାମ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା ଶେଷରେ ସଂନ୍ଧ୍ୟାରେ ଯାଜପୁର ଏସପି ଏ ସଂକ୍ରାନ୍ତେର ସୂଚନା ଦେବା ସହ ନାଚୁଥିବା ଥାନା ଅଧିକାରୀଙ୍କ ଏଏସଇ ସଞ୍ଜୟ ଦାସ ଙ୍କୁ ସସପେଣ୍ଡ କରିଛନ୍ତି । ଏହି ଘଟଣାର ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଭାଇରାଲସ ଭିଡିଓକୁ ତନଖି କରାଯିବ ଏବଂ ଥାନା ମଧ୍ୟରେ ନାଚୁଥିବା ସମସ୍ତ ପୋଲିସ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସପି ।

LEAVE A REPLY

Please enter your comment!
Please enter your name here