32.1 C
Bhubaneswar
Friday, April 26, 2024
Homeଓଡିଶାଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ । ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଜଣାପଡିଛି ।  ଏହି ମୂର୍ତ୍ତିର ଉଚ୍ଚତା 18 ଫୁଟ୍‌ ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ କାଂସ୍ୟରେ ତିଆରି ହୋଇଛି । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୀତି ଜଗତର ଅଜାତଶତ୍ରୁ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଏମ୍‌ସ୍‌ରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ତେବେ ହର୍ଷବର୍ଦ୍ଧନ ଆୟୋଜିତ ଏହି ସଭାରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଓଡିଶା ଆୟୁଷ୍ମାନ ଭାରତ ଲାଗୁକରୁ ଏବଂ ଓଡିଶାରେ ୬ଟି ଆକାଂକ୍ଷିତ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଆଉ ୨ଟି ଜିଲ୍ଲା ମେଡିକାଲକୁ ସାମିଲ ପାଇଁ ବିଚାରବିମର୍ଶ ଚାଲିଛି । ଦେଶରେ ୭୫ଟି ଆକାଂକ୍ଷିତ ଜିଲ୍ଲା ହସ୍ପିଟାଲ ମେଡିକାଲ କଲେଜ ହେବ । ୪୯ଟି ମେଡିକାଲ କଲେଜ ଆସନ୍ତା ୪-୫ବର୍ଷରେ ସମ୍ପୂର୍ଣ୍ଣ କରାଯିବ । ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ପୁଣି ଅନୁରୋଧ କଲେ ହର୍ଷବର୍ଦ୍ଧନ ।
https://onakhabar.com/2019/12/25/harsabardhan/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking