32.1 C
Bhubaneswar
Saturday, May 4, 2024
Homeଓଡିଶାଆଇନ ସଚେତନା ଶିବିର ଅନୁଷ୍ଠିତ

ଆଇନ ସଚେତନା ଶିବିର ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଥିବା ପୁରୁଣା ଜିଲ୍ଲା ପରିଷଦ ଗୃହ ପରିସରରେ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା କହିଥିଲେ ଯେ ସମାଜରେ ମହିଳା ବର୍ଗ ବିଭିନ୍ନ ସମୟରେ ନାନାଦି ଶୋଷଣର ଶିକାର ହେଉଛନ୍ତି । ସେମାନଙ୍କୁ ସୁରକ୍ଷା ପ୍ରଦାନ, ସମ୍ମାନ ଦେବା, ଆର୍ଥୀକ ସ୍ୱାଧିନତା ଓ ସାମ୍ବିଧାନିକ ମୈାଳିକ ଅଧିକାର ପ୍ରଦନା ନିମନ୍ତେ ମହିଳା କମିଶନ ଜାଗ୍ରତ ପ୍ରହରି ଭଳି କାମ କରୁଛି ।

ଆପୋଷ ଭାବେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଦର୍ଶାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ କହିଥିଲେ ଯେ, ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ମହିଳା ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମତ୍ସ୍ୟ, କୃଷି, ଗୋପାଳନ ର ସଫଳ ରୁପାୟନ କରି ପ୍ରମୁଖ ଗ୍ରହଣ କରିବା ସହ ସ୍ୱାବଲମ୍ବି ହୋଇଛନ୍ତି । ମାତ୍ର ଜିଲ୍ଲାରେ ୧୮ ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଲକ୍ଷ ସଦସ୍ୟ ବିଭିନ୍ନ ସରକାରୀ କାର୍ଯ୍ୟରେ ସାମିଲ ହୋଇ ଆର୍ଥିକ ଅବସ୍ଥାର ଉନ୍ନତି ଆଣିପାରିଛନ୍ତି ।

ନିର୍ଯ୍ୟାତନା ମୁକ୍ତ ସମାଜ ଗଠନ କରିବା ପାଇଁ ସମନ୍ତେ ଆଗଭର ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ଭଳି ମହାମାରି ସମୟରେ ଗରିବ ନିଃଶହାୟ ଲୋକଙ୍କୁ ସେବା ପ୍ରଦାନ କରିଥିବା ଜିଲ୍ଲାର ୧୨ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଶିବିରରେ ରାଜ୍ୟ ମହିଳା କମିଶନ ସଦସ୍ୟ ଜଲିନା ପ୍ରିୟଦର୍ଶିନୀ, ଅତିରିକ୍ତ ଏସ୍‌ପି ଗଣେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋସ୍ନା ରାୟ ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଚଂଳରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking