29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶପୁଣି ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁଣି ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପୁଣି ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ଗୋଡରେ ଆଘାତ ଲାଗିଛି। ସୂଚନା ମୁତାବକ, ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ଲାଗି ଆଜି ମମତା ବାନାର୍ଜୀ ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ତଳେ ପଡି ଯାଇଥିଲେ । ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିଲେ। ହେଲିକପ୍ଟରଟି ମମତାଙ୍କୁ ଦୁର୍ଗାପୁରରୁ ଆସାନସୋଲକୁ ନେବାକୁ ଅପେକ୍ଷା କରିଥିଲା। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କାରରେ ଆସି ହେଲିକପ୍ଟର ପାଖରେ ପହଞ୍ଚିଥିଲେ। କାରରୁ ବାହାରି ସେ ସିଡି ସାହାଯ୍ୟରେ ହେଲିକପ୍ଟର ଭିତରକୁ ଯିବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ। ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ତେବେ ଆହତ ହେବା ପରେ ବି ସେ ଆସାନସୋଲ ଯାଇ ପ୍ରଚାର କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ଦିଦି ଦୁର୍ଘଟଣାର ହୋଇଥିଲେ। ତାଙ୍କ କାର୍‌ ଅନ୍ୟ ଏକ କାର୍‌ ସହ ଧକ୍କା ହେବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ଡ୍ରାଇଭରର ପାଖ ସିଟ୍‌ରେ ବସିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ୍ୱିଣ୍ଡସ୍କ୍ରିନ୍‌ରେ ପିଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking