39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏଲ୍‌ଓସିରେ ଅନୁପ୍ରବେଶ ଉଦ୍ୟମ, ସେନା କଲା ବିଫଳ

ଏଲ୍‌ଓସିରେ ଅନୁପ୍ରବେଶ ଉଦ୍ୟମ, ସେନା କଲା ବିଫଳ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ନିୟନ୍ତ୍ରଣ ରେଖା ନିକଟରେ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷା ବାହିନୀର ଯବାନମାନେ ବିଫଳ କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ଭାରତୀୟ ସେନା ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ତେବେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଜମ୍ମୁ କଶ୍ମୀରକୁ ଲାଗି ରହିଥିବା ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉଛି। ଭାରତୀୟ ସେନାର ଯବାନମାନେ ଦୃଢ଼ତାର ସହିତ ଛିଡ଼ା ହୋଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀମାନେ କୌଶଳକ୍ରମେ ଭାରତ ସୀମାକୁ ପ୍ରବେଶ କରୁଛନ୍ତି। ଅନୁପ୍ରବେଶକାରୀମାନେ ସେନାର ଗୁଳିରେ ନିହତ ହେଉଥିଲେ ମଧ୍ୟ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking