29.1 C
Bhubaneswar
Monday, May 6, 2024
Homeଓଡିଶାଗଛରେ ପିଟି ହେଲା ସ୍କୁଟି : ଜଣେ ମୃତ, ଜଣେ ଗୁରୁତର 

ଗଛରେ ପିଟି ହେଲା ସ୍କୁଟି : ଜଣେ ମୃତ, ଜଣେ ଗୁରୁତର 

ମୁନିଗୁଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ଓ ହୁକୁମତୋଳା ବାଇପାସ ରାସ୍ତାର ବଳରାମ ଛକ ନିକଟରେ ବିଷମକଟକରୁ ମୁନିଗୁଡା ଅଭିମୁଖେ ଦୁଇ ଜଣ ସ୍କୁଟିରେ ଆସିବା ବେଳେ ଏକ ଗଛରେ ପିଟି ହୋଇ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି l ମୃତ ଜଣକ ହେଲେ ଥେରୁବାଲି ଅଞ୍ଚଳର ନାବାଳକ ପବିତ୍ର ମହାନନ୍ଦିଆ ବୋଲି ଜଣାପଡିଛି l ଗୁରୁତର ଜଣକ ହେଲେ ବିଷମକଟକର ଅଗୁ ସୁରେଶ l ଏହି ଦୁଇ ଜଣ ଗତକାଲି ରାତିରେ ବିଷମକଟକରୁ ମୁନିଗୁଡାକୁ କୌଣସି ଏକ କାମରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ବେଳେ ଆଜି ସକାଳୁ ମର୍ନିଙ୍ଗ ୱାକରେ ଯିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ମୁନିଗୁଡା ଡାକ୍ତର ଖାନାକୁ ଶବ ବ୍ୟବଛେଦ ପାଇଁ ଆଣିଥିବା ବେଳେ ଗୁରୁତର ସୁରେଶକୁ ମେଡିକାଲରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ତାର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking