41.1 C
Bhubaneswar
Sunday, April 28, 2024
Homeଲାଇଫ୍ ଷ୍ଟାଇଲ୍ରାତିରେ ଶୋଇବା ପୂର୍ବରୁ ନିଜ ଚେହେରାରେ ଲଗାନ୍ତୁ ଏହି ଗୋଟିଏ ଜିନିଷ; ବଦଳିଯିବ ତ୍ୱଚାର ରଙ୍ଗ

ରାତିରେ ଶୋଇବା ପୂର୍ବରୁ ନିଜ ଚେହେରାରେ ଲଗାନ୍ତୁ ଏହି ଗୋଟିଏ ଜିନିଷ; ବଦଳିଯିବ ତ୍ୱଚାର ରଙ୍ଗ

ବ୍ୟୁରୋ : ଯଦି ଆପଣ ଗୋରା ତ୍ୱଚା ପାଇବାକୁ ଚାହୁଁଛନ୍ତି, ତ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଜିନିଷ ନିଶ୍ଚୟ ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା ନା କେବଳ ତ୍ୱଚା ଚମକଦାର ନଜର ଆସିଥାଏ, ବରଂ ତ୍ୱଚା ସହ ଜଡ଼ିତ ସମସ୍ତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଯାଏ। ଆଜି ଆମେ ଆପଣଙ୍କୁ କଞ୍ଚା କ୍ଷୀର ବିଷୟରେ କହିବୁ। ରାତିରେ ଶୋଇବା ପୂର୍ବରୁ ଯଦି ଆପଣ କଞ୍ଚା କ୍ଷୀର ବ୍ୟବହାର କରୁଛନ୍ତି, ତ ଏହାଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇପାରିବ। ଆସନ୍ତୁ ଜାଣିବା, ରାତିରେ ଶୋଇବା ପୂର୍ବରୁ ଚେହେରାରେ କଞ୍ଚା କ୍ଷୀର ଲଗାଇବା ଦ୍ୱାରା କ’ଣ କ’ଣ ଫାଇଦା ମିଳିଥାଏ।
-ଯଦି ମହିଳାମାନେ ଦାଗହୀନ ଚେହେରା ପାଇବାକୁ ଚାହୁଁଛନ୍ତି, ତ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କଞ୍ଚା କ୍ଷୀର ଲଗାନ୍ତୁ।
-କଞ୍ଚା କ୍ଷୀର ଚେହେରାରେ ଲଗାଇବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ। କହି ରଖୁଛୁ, କଞ୍ଚା କ୍ଷୀରରେ ଏମିତି ପୋଷକ ତତ୍ତ୍ୱ ରହିଛି, ଯାହା ଖରା ଯୋଗୁ ଚେହେରାରେ ସୃଷ୍ଟି ହେଉଥିବା ଚିହ୍ନ, ଦାଗ ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରି ପାରିବ।
-ଆପଣ କଞ୍ଚା କ୍ଷୀରରେ ଅମୃତଭଣ୍ଡା ରସ ମିଶାଇ ମଧ୍ୟ ନିଜ ତ୍ୱଚାରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖି ପାରିବେ।
-ରାତିରେ ଶୋଇବା ପୂର୍ବରୁ ନିଜ ତ୍ୱଚାରେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ମଇଶ୍ଚରାଇଜ୍ ହୋଇଥାଏ। ଏମିତିରେ ଆପଣ ସାରା ରାତି ମୁହଁରେ କଞ୍ଚା କ୍ଷୀର ଲଗାଇ ଶୋଇ ପାରିବେ ଏବଂ ପରଦିନ ଏହାକୁ ସଫା କରି ପାରିବେ।
-ରାତିରେ ଶୋଇବା ପୂର୍ବରୁ ଯଦି କଞ୍ଚା କ୍ଷୀର ବ୍ୟବହାର କରିବେ, ତା’ ହେଲେ ବ୍ରଣ ସମସ୍ୟାରୁ ମଧ୍ୟ ଛୁଟକାରା ମିଳି ପାରିବ। ତେଣୁ ବ୍ରଣ ହୋଇଥିବା ସ୍ଥାନରେ କଞ୍ଚା କ୍ଷୀର ଲଗାନ୍ତୁ ଏବଂ ପରଦିନ ଏହାକୁ ଧୋଇ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking