23.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଅଜବ ଘଟଣା ! କାଠ ଚୋରି ଅଭିଯୋଗରେ ପାକିସ୍ତାନ କୋର୍ଟରେ ହାଜର ହେଲେ ୫ ଗଧ

ଅଜବ ଘଟଣା ! କାଠ ଚୋରି ଅଭିଯୋଗରେ ପାକିସ୍ତାନ କୋର୍ଟରେ ହାଜର ହେଲେ ୫ ଗଧ

ନୂଆଦିଲ୍ଲୀ : କୋର୍ଟ କଚେରୀରେ ଲୋକ ମାନଙ୍କର ବିଭିନ୍ନ ସମସ୍ୟାରେ ସମାଧାନ ହୋଇଥାଏ । ଏହା ତ ଆପଣ ନିଶ୍ଚୟ ଜାଣିଥିବେ କିନ୍ତୁ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏମିତି ଏକ ଅଜବ ଘଟଣା ଘଟିଛି। ଯାହା ଆପଣଙ୍କ କାନ ଉଠିବା ଦିନରୁ ଶୁଣି ନ ଥିବେ । ପାକିସ୍ତାନରେ କାଠ ଚୋରି ମାମଲାରେ ୫ଟି ଗଧକୁ କୋର୍ଟାରେ ହାଜର କରାଯାଇଛି । ଖବର ଅନୁସାରେ ପ୍ରଥମେ ପୋଲିସ କାଠ ଚୋରି ମାମଲାରେ ଗଧଙ୍କୁ ନିଜ କଷ୍ଟୋଡିରେ ନେଇଛି ଏବଂ ତା ପରେ ଚିତ୍ରାଳର ଦ୍ରୋସ୍ ଅଞ୍ଚଳର ସହାୟକ ଆୟୁକ୍ତ ତୋସିଫୁ ଲ୍ଲାଙ୍କ ଅଦାଲତରେ ହାଜର କରିଛି । ସହାୟକ ଆୟୁକ୍ତ ଏହି ଗଧମାନଙ୍କୁ ଡକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ପରେ ଏହି ଗଧ ମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଦିଆଯାଇଥିଲା । ସହକାରୀ କମିଶନର କହିଛନ୍ତି ଯେ ଏହି ଗଧଗୁଡିକ ସୁରକ୍ଷିତ ଏବଂ ସେମାନଙ୍କୁ କାହାକୁ ହସ୍ତାନ୍ତର କରାଯାଇ ନାହିଁ କି ସେମାନଙ୍କୁ କାଠ ଚୋରି ରେ ବ୍ୟବହାର କରାଯାଉନାହିଁ। ଏହି ଗଧମାନେ ବନବିଭାଗର ସଂପୃକ୍ତ ଅଧିକାରୀଙ୍କ ଅଧିନରେ ଅଛନ୍ତି ।
କୁହାଯାଉଛି ଯେ ଏହି ଗଧମାନେ ବହୁତ ଚତୁର ଥିଲେ ନିଜର ସକ୍ଷମ ଅନୁସାରେ ଠିକ୍ ଜାଗାରେ ଚୋରି ମାଲ ନେଇ ପହଞ୍ଚାଉଥିଲେ । ତେବେ ସେପ୍ଟେମ୍ବରରେ ବନ ବିଭାଗର ଏକ କର୍ମଚାରୀ ଅମର ଶାହା ଏବଂ ତାର ସାଥି ଇମରାନ ଶାହା ଜଙ୍ଗଲର ମୂଲ୍ୟବାନ କାଠ ଚୋରିରେ ଗିରଫ ହୋଇଥିଲେ । ପରେ ଚାକିରିରୁ ବହିଷ୍କାର ହୋଇଥିଲେ । ଅମର ଶାହା ମଖନିଆଲ ଅଞ୍ଚଳର ହରିପୁରଠାରେ ବହୁତ ଦିନ ହେବ ଦେବଦାରୁ ଏବଂ ଜେନସ ଆବିଜ୍ ପରି ମୂଲ୍ୟବାନ କାଠ ଚୋରି କରି ବିକ୍ରୀ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking