29.1 C
Bhubaneswar
Saturday, May 11, 2024
Homeଓଡିଶାଟ୍ୱିନ୍ ସିଟିକୁ ରେଡ୍ ଆଲର୍ଡ

ଟ୍ୱିନ୍ ସିଟିକୁ ରେଡ୍ ଆଲର୍ଡ

ଭୁବନେଶ୍ୱର : ଅସହ୍ୟ ତାତିରେ ଛଟପଟ୍ ରାଜ୍ୟବାସୀ। ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନ୍ ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ୱରକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ମେ’ ପହିଲା ପର୍ୟ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ୨୮ ତାରିଖରେ ୧୩ ଓ ୨୯ ତାରିଖ ପାଇଁ ୧୪ ଜିଲାକୁ ରେଡ୍ ଆଲର୍ଟ ମଧ୍ୟରେ ରଖାଯାଇଛି। ଗ୍ରୀଷ୍ମପ୍ରବାହ ହୃଦରୋଗୀଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ। ମଧୁମେହ ରୋଗୀ ମଧ୍ୟ ସିଧାସଳଖ ପ୍ରଚଣ୍ଡ ଖରାରୁ ଦୂରେଇ ରହିବା ଦରକାର। ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଘରୁ ନବାହାରିବାକୁ କୁହାଯାଇଛି। ଦିନ ୧୧.୩୦ବେଳେ ତାପମାତ୍ରା ଅଧିକ ରହିବ। ତେବେ ରାଜ୍ୟରେ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଶୁକ୍କ ବାୟୁ ପ୍ରବାହରେ ତାପମାତ୍ରାର କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ରାଜ୍ୟର କିଛି ଜିଲାରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତା ମେ’ ୨ ତାରିଖ ପରେ ତାପମାତ୍ରାରେ ସାମନ୍ୟ ପରିବର୍ତ୍ତନ ହେବା ପୂର୍ବାନୁମାନ କରାଯାଇଛି। ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ଏହାର ପ୍ରଭାବରେ ତାପମାତ୍ରା ହ୍ରାସରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଉତ୍ତର ଓଡ଼ିଶାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking