28.3 C
Bhubaneswar
Sunday, May 12, 2024
Homeଓଡିଶାଚୋରା ଫୋନ ବ୍ୟବହାର କରୁଥିବା ଅଭିଯୋଗରେ ମହିଳା ଗିରଫ

ଚୋରା ଫୋନ ବ୍ୟବହାର କରୁଥିବା ଅଭିଯୋଗରେ ମହିଳା ଗିରଫ

ଭୁବନେଶ୍ୱର: ଚୋରା ଫୋନ ବ୍ୟବହାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ଗିରଫ ମହିଳା ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳର ପୂର୍ଣ୍ଣିମା ପୋଠାଲ(୪୦) । ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ହୃଷି ବେହେରା ଜଣେ ଲେବର ଓ ସେ ହାତିଆଶୁଣି ନିର୍ମାଣ ଅଞ୍ଚଳରେ କାର୍ଯ୍ୟ କରନ୍ତି । ଗତ ଜାନୁୟାରୀ ମାସ ୨୦ ତାରିଖ ରାତିରେ ସେ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ହାତିଆଶୁଣି କ୍ୟାମ୍ପରେ ସୋଇଥିବା ସମୟରେ ଜଗା ନାମକ ଜଣେ ଅଭିଯୁକ୍ତ ସୁଯୋଗ ଦେଖି ସେଠାରେ ପଶି ସେଠାରୁ ୪ଟି ମୋବାଇଲ ଫୋନ ଚୋରି କରି ନେଇ ଯାଇଥିଲେ । ଏହାପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ହୃଷି । ଅଭିଯୋଗ ଆଧାରରେ ଏହି ମାମଲାର ତଦନ୍ତ କରିବା ସମୟରେ ମୈତ୍ରୀବିହାର ଥାନା ପୁଲିସ ଶିଖରଚଣ୍ଡୀ ବସ୍ତିର ଜଣେ ମହିଳା ଚୋରି ମୋବାଇଲ ଫୋନ ବ୍ୟବହାର କରୁଥିବାର ଜାଣିବାକୁ ପାଇଥିଲେ । ପୁଲିସ ତୁରନ୍ତ ଶିଖରଚଣ୍ଡୀ ବସ୍ତିକୁ ଯାଇଥିଲେ ଓ ସମ୍ପୃକ୍ତ ମହିଳାଙ୍କ ଠାରୁ ମୋବାଇଲ ଫୋନ ଜବତ କରିଥିଲେ । ତଦନ୍ତ ସମୟରେ ମହିଳା ଜଣକ ଦର୍ଶାଇଥିଲେ ଯେ, ସେ ତାଙ୍କର ସମ୍ପର୍କୀୟ ଭାଇ ଜଗାଠାରୁ ୬୦୦୦ ଟଙ୍କାରେ ଫୋନ କଣିଛନ୍ତି । ଏନେଇ ତାଙ୍କ ପାଖର କୌଣସି କଗଜପତ୍ର ନଥିବାରୁ ପୁଲିସ ଉକ୍ତ ମହିଳାଙ୍କ ହେପାଜତରୁ ଚୋରି ମୋବାଇଲ ଫୋନ ଜବତ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତା ନିଜର ଅପରାଧ ସ୍ୱୀକାର କରିଥିଲେ ।  ତେଣୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୈତ୍ରୀବିହାର ଥାନା ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking