32.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶପିଆଜ ରପ୍ତାନୀକୁ କେନ୍ଦ୍ରର ଗ୍ରୀନ୍ ସିଗନାଲ୍‌; ୬ ଦେଶକୁ ଯିବ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ

ପିଆଜ ରପ୍ତାନୀକୁ କେନ୍ଦ୍ରର ଗ୍ରୀନ୍ ସିଗନାଲ୍‌; ୬ ଦେଶକୁ ଯିବ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ରପ୍ତାନୀ ପାଇଁ ଅନୁମତି ମିଳିଛି । ଶନିବାର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ କେନ୍ଦ୍ର ସରକାର, ଭାରତର ୪ ପଡୋଶୀ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ମରିସସ୍‌, ଶ୍ରୀଲଙ୍କା ସମେତ ଅନ୍ୟ ୨ ରାଷ୍ଟ୍ର ୟୁଏଇ ଏବଂ ବାହାରିନ୍‌କୁ ପ୍ରାୟ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି । ଏହି ୬ ରାଷ୍ଟ୍ରଙ୍କ ପକ୍ଷରୁ ପିଆଜ ରପ୍ତାନୀ ପାଇଁ ମିଳିଥିବା ଅନୁରୋଧକୁ ଭାରତ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ପିଆଜର ଚାହିଦା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଭାରତୀୟ ଘରୋଇ ବଜାରରେ ପିଆଜର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ ଭାରତ ସରକାର ଏହି ରପ୍ତାନୀ ପାଇଁ ଅନୁମତି ପ୍ରଦାନ କରିଥିବା ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ପ୍ରକାଶ, ଭାରତ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସମୟରେ ଦେଶରେ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ପିଆଜ ରପ୍ତାନୀ ଉପରେ ନିଷେଧାଦେଶ ଲାଗୁ କରାଯାଇଛି । କାରଣ ୨୦୨୩-୨୪ରେ ଉଭୟ ଖରିଫ ଏବଂ ରବି ଫସଲର ଉତ୍ପାଦନ ପୂର୍ବବର୍ଷ (୨୦୨୨-୨୩) ତୁଳନାରେ କମ୍ ରହିବା ନେଇ ପୂର୍ବାନୁମାନ କରାଯାଉଛି ।
ଅନ୍ୟପକ୍ଷେ ଏସବୁ ଦେଶଗୁଡ଼ିକୁ ପିଆଜ ରପ୍ତାନୀ ପାଇଁ କାମ କରୁଥିବା ଏଜେନ୍ସି ନ୍ୟାସନାଲ କୋଅପରେଟିଭ୍ ଏକ୍ସପୋର୍ଟସ ଲିମିଟେଡ୍ (ଏନ୍‌ସିଏଲ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଘରୋଇ ପିଆଜକୁ ଏଲ୍‌୧ ମୂଲ୍ୟ ଆଧାରରେ ଏବଂ ଇ-ପ୍ଲାଟଫର୍ମ ମାଧ୍ୟମରେ ରପ୍ତାନୀ କରାଯିବ । ଏହି ୬ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ମନୋନୀତ ଏଜେନ୍ସିଗୁଡ଼ିକୁ ଯୋଗାଇ ଦିଆଯିବ । ସେହିପରି ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ଏହି ୬ ରାଷ୍ଟ୍ରଙ୍କ ପକ୍ଷରୁ ୧୦୦% ଅଗ୍ରୀମ ଅର୍ଥ (ପିଆଜ ମୂଲ୍ୟ) ପୈଠ ଆଧାରରେ ହିଁ ପିଆଜ ରପ୍ତାନୀ କରାଯିବ । ପ୍ରକାଶ, ଦେଶର ବୃହତ୍ତମ ପିଆଜ ଉତ୍ପାଦକ ଭାବେ ମହାରାଷ୍ଟ୍ର, ଏନ୍‌ସିଏଲ ଦ୍ୱାରା ମନୋନୀତ ପ୍ରଥମ ତଥା ପ୍ରମୁଖ ଯୋଗାଣକାରୀ ରାଜ୍ୟ ରହିଆସିଛି । ଅନ୍ୟପକ୍ଷେ ଗତ ବର୍ଷ ଚାଷୀଙ୍କ ଠାରୁ ସରକାର କିଣିଥିବା ପିଆଜ, ବିକିରଣ ଏବଂ ଶୀତଳ ଭଣ୍ଡାରର ପାଇଲଟ୍ ଷ୍ଟୋରେଜ୍ କ୍ଷୟକୁ ୧୦% କମ୍ କରିଥିବାର ଜଣାପଡିଛି । ଅପରପକ୍ଷେ ପିଆଜର ଉତ୍ପାଦନ ଏବଂ ଷ୍ଟୋରେଜ୍ ହାର ବୃଦ୍ଧି ଦିଗରେ ଭାରତ ସରକାରଙ୍କ ଅଧୀନସ୍ଥ ଗ୍ରାହକ ବ୍ୟାପାର ବିଭାଗ ଯୋଜନା କାର୍ଯ୍ୟକାରୀ କରିଛି । ଚଳିତ ବର୍ଷ ୫୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ସଂରକ୍ଷଣ କରାଯାଉଥିବା ଷ୍ଟକ୍ ପରିମାଣକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଗ୍ରାହକ ବ୍ୟାପାର ବିଭାଗ ।
ସୂଚନାଯୋଗ୍ୟ ଏନ୍‌ସିଏଲ୍ ପକ୍ଷରୁ ଏହି ୬ ରାଷ୍ଟ୍ରଙ୍କୁ ସେଠାକାର ବଜାରରେ ପ୍ରଚଳିତ ପିଆଜ ମୂଲ୍ୟ ଏବଂ ଭାରତରେ ଘରୋଇ ବଜାରରେ ଥିବା ପିଆଜ ମୂଲ୍ୟକୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରିତ କରାଯାଇଥାଏ । ଯାହାଦ୍ୱାରା ଏହି ମୂଲ୍ୟ ଆଧାରରେ ଭାରତରୁ ପିଆଜ ଆମଦାନୀ କରୁଥିବା ରାଷ୍ଟ୍ରମାନଙ୍କୁ ଅର୍ଥ ପୈଠ କରିବାକୁ ପଡ଼ିଥାଏ । ତେବେ ଭାରତ ନିର୍ଦ୍ଦିଷ୍ଟ ଦେଶ ପାଇଁ ଆବଣ୍ଟିତ କୋଟା ନୀତିକୁ ପାଳନ କରିବା ପୂର୍ବକ ନିର୍ଦ୍ଧାରିତ ପରିମାଣର ହିଁ ପିଆଜ ରପ୍ତାନୀ କରିଥାଏ । ବିଶେଷକରି ମଧ୍ୟ ପୂର୍ବ ଏବଂ କେତେକ ୟୁରୋପୀୟ ଦେଶରେ ରପ୍ତାନୀ ବଜାର ପାଇଁ ଚାଷ କରାଯାଉଥିବା ୨,୦୦୦ ମେଟ୍ରିକ୍ ଟନ୍ ଧଳା ପିଆଜ ରପ୍ତାନି ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking