30.1 C
Bhubaneswar
Friday, April 26, 2024
Homeଓଡିଶା୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର : ଏବେ ବି କମିନି କରୋନା ର କହର । ଏହାକୁ ମାତ ଦେବା ପାଇଁ ସରକାର ଟୀକାକରଣ ଅଭିଯାନକୁ ଗୁରୁତ୍ୱ ଦେଉଛନ୍ତି  । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୨ହଜାର ଭିତରେ ରହୁଥିବା ବେଳେ ଓଡ଼ିଶାରେ ୩ଟି ଜିଲ୍ଲାର ଲୋକଙ୍କ ଶରୀରରେ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି  ହୋଇଛି । ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଏହି ତିନିଟି ଜିଲ୍ଲା ହେଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣା ପଡ଼ିଛି ।

ସେହିପରି ରାୟଗଡ଼ା ଜିଲ୍ଲାରେ ୬୩ ପ୍ରତିଶତ ଓ କୋରାପୁଟ ଜିଲ୍ଲାରେ ୬୧.୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଛି । ଗତ ଜୁନ୍ ୧୬-୨୦ ତାରିଖ ଭିତରେ ଏହି ତିନିଟି ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା । ମୋଟ୍ ୧୨ଶହ ୩୦ ଜଣଙ୍କଠାରୁ ସଂଗ୍ରହ କରାଯାଇଥିଲା ନମୁନା । ୩୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ବି ନମୁନା ସଂଗ୍ରହ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking