30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସ୍କୁଲରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଆଣିଲେ ନୂଆ ଏସଓପି

ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଆଣିଲେ ନୂଆ ଏସଓପି

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଶିକ୍ଷା ବିଭାଗ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିଛି। ପ୍ରତ୍ୟେକ ସ୍କୁଲର ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ପୋକସୋ ଅଧିନିୟମ ୨୦୧୨କୁ ନେଇ ସତର୍କ କରାଯାଉଛି। ପ୍ରତି ସ୍କୁଲରେ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ପୋକସୋ ଅଧିନିୟମ ଅଧିନରେ ବାଳ ସଂରକ୍ଷଣ ମାନଦଣ୍ଡ ଏବଂ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ଉପାୟ ବିଷୟରେ ସୂଚନା ଦିଆଯାଉଛି। ସ୍କୁଲ ଶିକ୍ଷା ସଚିବ ସୁରେଶ କୁମାର କହିଛନ୍ତି, ସବୁଠାରୁ ବଡ ସମସ୍ୟା ହେଉଛି, ଏହିସବୁ ଘଟଣା ବ୍ୟାପକ ସ୍ତରରେ ହେବା ପରେ ମଧ୍ୟ ମାମଲାର ଅଭିଯୋଗ ହେଉନାହିଁ। ପିଲାମାନେ ସବୁବେଳେ ଏହି ବିଷୟରେ ଖୋଲି କହିବା ଉଚିତ। ଯାହା ଏପରି ମାମଲା କମ୍ କରିବାରେ ସହାୟକ ହେବ। ସଚିବ ଆହୁରି ମଧ୍ୟ କହିଛନ୍ତି, ସ୍କୁଲ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀକୁ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ସ୍କୁଲର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ‘ସ୍କୁଲ ସୁରକ୍ଷା ସମିତି’, ଶିଶୁ ଶୋଷଣ ତଦାରଖ କମିଟି ଏବଂ ସ୍କୁଲ ଅଭିଯୋଗ ସମିତି ପ୍ରସ୍ତୁତ କରାଯାଇଛି। ଛାତ୍ରୀମାନେ ସେମାନଙ୍କର ସମସ୍ୟା, ଖରାପ ଅନୁଭବ ଇତ୍ୟାଦିକୁ ନେଇ ଅଭିଯୋଗ କରିବା ପାଇଁ ପ୍ରତି ସ୍କୁଲକୁ ବିଶେଷ ଭାବେ ଟ୍ରେନିଂ ଦିଆଯାଇଛି। ସ୍କୁଲରେ ଏକ ଅଭିଯୋଗ ବକ୍ସ ଲଗାଯାଇଛି। ଶିକ୍ଷକ ହୁଅନ୍ତୁ ଅବା ଅନ୍ୟ କର୍ମଚାରୀଙ୍କ ବିପକ୍ଷରେ ଯଦି କୌଣସି ଅଭିଯୋଗ ଆସେ, ତେବେ ଏହାକୁ ଗମ୍ଭୀର ଭାବେ ଯାଞ୍ଚ କରାଯିବ। ଏକ ମଣ୍ଡଳ ସ୍ତରୀୟ ସମିତି ଅଭିଯୋଗକୁ ଯାଞ୍ଚ କରିବା ସହିତ ୧୫ ଦିନ ଭିତରେ ସକ୍ଷମ ଅଧିକାରୀଙ୍କୁ ଆବଶ୍ୟକୀୟ କାର‌୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିପାରିବେ। ଏହି ସମିତିରେ ସ୍ଥାନୀୟ ତହସିଲଦାର ଏବଂ ଅନ୍ୟ ଅଧିକାରୀ ସାମିଲ ରହିବେ। ସ୍କୁଲର କୌଣସି ପ୍ରକାର ଉତ୍ପୀଡନ ଏବଂ ଦୁରାଚାର ମୁକ୍ତ କରି ଏକ ସୁରକ୍ଷିତ ସ୍ଥାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସଚିବ ସୁରେଶ କୁମାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking