32.1 C
Bhubaneswar
Friday, May 3, 2024
Homeଓଡିଶାଡଙ୍ଗା ବୁଡି ଘଟଣା : ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଡଙ୍ଗା ବୁଡି ଘଟଣା : ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଝାରସୁଗୁଡା : ଝାରସୁଗୁଡ଼ା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି। ସୂଚନା ଯୋଗ୍ୟ, ଶୁକ୍ରବାର ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ମହିଳା ଓ ୩ ଶିଶୁଙ୍କ ସମେତ ୭ ଜଣ ନିଖୋଜ ରହିଥିଲେ। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ଏମାନେ ବରଗଡ ବାଞ୍ଜିପାଲିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା। ପ୍ରାୟ ୪୩ଜଣ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିଥିଲେ।

ମହାନଦୀରେ ଡଙ୍ଗା ବୁଡ଼ି: ଏଯାଏ ୭ ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking