35.1 C
Bhubaneswar
Friday, May 10, 2024
Homeଓଡିଶାହାତ ଧରାଧରି ହୋଇ ଚାଲିଗଲେ ପ୍ରେମୀ ଯୁଗଳ

ହାତ ଧରାଧରି ହୋଇ ଚାଲିଗଲେ ପ୍ରେମୀ ଯୁଗଳ

ମୟୁରଭଞ୍ଜ: ହାତ ଧରାଧରି ହୋଇ ଚାଲିଗଲେ ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଦୁହିଁଙ୍କ ପ୍ରେମକୁ ପରିବାର ସ୍ୱୀକୃତି ନ ମିଳିବାରୁ ସେମାନେ ଜୀବନ ହାରି ଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଖା ଗ୍ରାମ ପଞ୍ଚାୟତର ଶିଖରଘାଟି ଗ୍ରାମର ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ପ୍ରେମୀ ଯୁଗଳ ହେଲେ ଶିଖରଘାଟି ଗ୍ରାମର ସାଲଖାନ ମାରାଣ୍ଡି ଓ ମୁନୀ ମୁଖି ବୋଲି ଜଣାପଡ଼ିଛି । ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ପରେ ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଚିହ୍ନଟ କରିଥିଲା । ତେବେ ସାଲଖାନ ଗତକାଲି ରାତିରୁ ଘରୁ ବାହାରକୁ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲେ ।

ସେହିପରି ମୁନୀ ମଧ୍ୟ କାହାକୁ କିଛି ନ ଜଣାଇ ଘରୁ ବାହାରି ଥିଲେ । ହେଲେ ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ଏନେଇ ବାରିପଦା ସଦର ଥାନାରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ଦୁହିଁଙ୍କ ପ୍ରେମକୁ ପରିବାରର ସ୍ୱୀକୃତି ନ ମିଳିବାରୁ ଦୁହେଁ ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ପୋଲିସ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking