28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୯ ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ

୯ ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ

ଭୁବନେଶ୍ୱର, (ଓଏନଏ): ରାଜ୍ୟର ୯ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ନୈରାଶ୍ୟଜନକ ହୋଇଛି । ଦେବଗଡ଼ ଜିଲ୍ଲାରେ ୪୨ ପ୍ରତିଶତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୬୧ ପ୍ରତିଶତ, ଯାଜପୁର ଜିଲ୍ଲାରେ ୬୨ ପ୍ରତିଶତ ଟିକାକରଣ ହୋଇଛି । ସେହିବଳି ଜଗତସିଂହପୁରରେ ୬୬ ପ୍ରତିଶତ, ନୟାଗଡ ଜିଲ୍ଲାରେ ୬୭ ପ୍ରତିଶତ, ଭୁବନେଶ୍ୱର ସହରରେ ୭୬ ପ୍ରତିଶତ ଟିକାକରଣ ହୋଇଛି । କଟକରେ ୭୬ ପ୍ରତିଶତ, ସମ୍ବଲପୁରରେ ୭୭ ପ୍ରତିଶତ, କେନ୍ଦୁଝରରେ ୭୮ ପ୍ରତିଶତ ଟିକାକରଣ ହୋଇଛି । ଟାର୍ଗେଟ ପୂରଣ ନହୋଇଥିବାରୁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଧାର୍ଯ୍ୟ ଲକ୍ଷ୍ୟର ଶତପ୍ରତିଶତ ଟିକାକରଣ ପ୍ରତି ଦୃଷ୍ଟି ଦେବାକୁ ବି ନିର୍ଦ୍ଦେଶ ହୋଇଛି । ଫେବୃୟାରୀ ୧୦ ସୁଦ୍ଧା ପ୍ରଥମ ଡୋଜ୍ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଟିକାକରଣର ହାର ଖୁବ୍ କମ୍ ଥିବାରୁ ଏନେଇ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି  । ଗତ ସପ୍ତାହରେ କେତେକ ଜିଲ୍ଲାରେ ଟିକାକରଣର ପ୍ରତିଶତ ହାର ଖୁବ୍ କମ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking