29.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରଶାସନିକ ତ୍ରୁଟିରୁ ଭତ୍ତାପାଇବାରୁ ବଞ୍ଚିତ ବୃଦ୍ଧା ଦମ୍ପତି

ପ୍ରଶାସନିକ ତ୍ରୁଟିରୁ ଭତ୍ତାପାଇବାରୁ ବଞ୍ଚିତ ବୃଦ୍ଧା ଦମ୍ପତି

 ତେଲକୋଇ : ବୃଦ୍ଧ ବୃଦ୍ଧାଙ୍କ ପାଇଁ ସରକାର ଙ୍କ ମାଳ ମାଳ ଯୋଜନା ।ତେବେ ବିଭିନ୍ନ ସମୟରେ ପ୍ରକୃତ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ହେଉଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ଛାମୁଣ୍ଡା ପଞ୍ଚାୟତରେ ।ତେଲକୋଇ ବ୍ଲକ ଛାମୁଣ୍ଡା ଗାଁରେ ଗୋଟିଏ ବୃଦ୍ଧ ଦମ୍ପତି ଭତା ପାଇବାରୁ ବଞ୍ଚିତ ଅଛନ୍ତି ।ଗାଁ ର ଡମ୍ବରୁ ଦାସ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଦାସ ବୟସ ଯଥାକ୍ରମେ ୮୫ ଓ ୭୫ ରହିଛି ।ତେବେ ସେମାନେ ବାରମ୍ବାର ଭତା ପାଇଁ ପଞ୍ଚାୟତ ଓ ବ୍ଲକକୁ ଦୌଡ଼ି ଦୌଡ଼ି ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଭତା ମିଳିପାରି ନାହିଁ ।ଭୋଟର ଆଇଡ଼ ରେ ଭୁଲ ତଥ୍ୟ ଯୋଗୁଁ ଭତା ହୋଇ ନଥିବା ଜଣା ପଡ଼ିଛି ।ପ୍ରଥମେ ଭୋଟର ଆଇଡ଼ ରେ ନାଁ ଭୁଲ ଥିବାରୁ ତାକୁ ସଂଶୋଧନ ପାଇଁ ଦିଆଯାଇଥିଲା, ସେଥିରେ ବୟସ ଠିକ ଥିଲା ତେବେ ନୂତନ ସଂଶୋଧନ ପରେ ନାଁ ଠିକ ଆସିଥିବା ବେଳେ ବୟସ କମିଯାଇଥିଲା ଫଳରେ ଭତା ମିଳିବା କଷ୍ଟକର ହୋଇପଡିଛି ।ଡମ୍ବରୁ ଦାସ ଙ୍କ ସ୍ତ୍ରୀ ରୁକ୍ମଣି ଅଜଣା ରୋଗରେ ପିଡିତ ଥିବାବେଳେ ସ୍ତ୍ରୀ ଙ୍କ ସେବାଶୃସୁଷାରେ ଦିନତମାମ ଲାଗି ରହୁଛନ୍ତି ଡମ୍ବରୁ ।ବୟସର ଅପରାହ୍ନ ରେ କୌଣସି କାମ କରି ପାରୁନାହାନ୍ତି ଡମ୍ବରୁ । ରାସନକାର୍ଡ ରେ ମିଳୁଥିବା ୧୦ କେଜି ଚାଉଳ ରେ ଓଳିଏ ଖାଇ ଓଳିଏ ଉପାସ ରେ ରହୁଛନ୍ତି ବୃଦ୍ଧ ଦମ୍ପତି ।ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking