27.8 C
Bhubaneswar
Friday, April 19, 2024
Homeଓଡିଶାଧାନ ମଣ୍ଡି ରେ ଅବ୍ୟବସ୍ଥା ନେଇ ବିଜେପି ର ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଉ

ଧାନ ମଣ୍ଡି ରେ ଅବ୍ୟବସ୍ଥା ନେଇ ବିଜେପି ର ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି : ଧାନ ମଣ୍ଡି ରେ ଅବ୍ୟବସ୍ଥା ନେଇ ବିଜେପି ର ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଉ | ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ର କଷ୍ଟ ଉପାର୍ଜିତ ଧାନ | ମଣ୍ଡି ରେ ପଡି ରହିଛି ସହ ସହ ବସ୍ତା ଧାନ | ଅନ୍ୟ ପଟେ କଟନି ଛଟନି ଚାଷୀ ପାଇଁ ବେଡି ଉପରେ କରୋଡା ମାଡ଼ | ମଣ୍ଡି ରୁ ଧାନ ନ ଉଠିବା ତଥା ମଣ୍ଡି ରେ ଅବ୍ୟବସ୍ଥା କୁ ବିରୋଧ କରି କଳାହାଣ୍ଡି ବିଜେପି ତରଫରୁ ଆଜି ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି | ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ଓ ଚାଷୀ ନେତା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭାଯାତ୍ରା ରେ ବାହାରି କଳାହାଣ୍ଡି ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ | ଵିଜେପି କାର୍ଯ୍ୟକର୍ତା ମାନେ ସେଠାରେ ବିଭିନ୍ନ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ | ଆନ୍ଦୋଳନକାରି ମାନେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ କଳାହାଣ୍ଡି ଜିଲ୍ଲପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ | ପ୍ରମୁଖ ଦାବି ମଧ୍ୟରେ ରହିଛି – ମଣ୍ଡି ରେ ପଡି ରହିଥିବା ଧାନ କୁ ତୁରନ୍ତ ଉଠାଇ ବା ବ୍ୟବସ୍ଥା କରିବା, ଅଚଳ ହୋଇଯାଇଥିବା ଚାଷୀଙ୍କ ଟୋକେନ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଓ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ କରିବା, ଅନ୍ୟାୟ ଭାବରେ କରା ଯାଉଥିବା କଟନି ଛଟନି କୁ ବନ୍ଦ କରିବା, ଚାଷୀ ଙ୍କୁ ପରିବହନ ଖର୍ଚ୍ଚ ପ୍ରଦାନ କରିବା, ମଣ୍ଡି ରେ ଉପଯୁକ୍ତ ଭିତ୍ତିଭୂମି ର ବିକାଶ କରିବା | ଏହି ଦାବି ଗୁଡିକ ପୁରଣ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପ୍ରକାଶ କରିଛନ୍ତି | ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଉପସଭାପତି ପ୍ରଶାନ୍ତ ସାହୁ, ବଦ୍ରି ପଟନାୟକ, କାଳୀ ପ୍ରସାଦ ରୟଗୁରୁ, ନିରୁପମା ସାମଲ, ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଟାଉନ ସଭାପତି ସନ୍ତୋଷ ବିଶି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ସାଧାରଣ ସମ୍ପାଦକ ଜୟ ଶଙ୍କର ନାୟକ, ଯୁଗଳ ପୋଡ଼, ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ , ଭାରତ ଦେଓ, ଆର୍ତତ୍ରାଣ ମହାପାତ୍ର , ଅନିରୁଦ୍ଧ ପ୍ରଧାନ, ବସନ୍ତ ପୁରୋହିତ, ରମେଶ ମାଝୀ, କିସାନ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking