32.1 C
Bhubaneswar
Friday, April 26, 2024
Homeଅପରାଧମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଗିରଫ

ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଗିରଫ

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମରେ ଅଧିକ ଯୌତୁକ ଦାବି କରି ଜଣେ ନବବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଥିଲା । କୋଦଳା ଥାନା ଅନ୍ତର୍ଗତ ପାଇକପଡା ଗ୍ରାମର ସୁଦାମ ଡାକୁଆଙ୍କ ଝିଅ ଲକ୍ଷ୍ମୀ ଡାକୁଆ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମର ଝଡ଼ିଆ ଡାକୁଆଙ୍କ ପୁଅ ଶିବରାମ ଡାକୁଆ ୪ ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ବରପିତାଙ୍କ ଦାବି ମୁତାବକ ନଗଦ ୫୦ ହଜାର ଟଙ୍କା, ସୁନା ଗହଣା ଓ ସମସ୍ତ ଆସବାବପତ୍ର ଦେଇଥିଲେ ।

ତେବେ ଆଉ ଅଧିକ ଏକ ଲକ୍ଷ ଟଙ୍କା ଯୌତୁକ ଦାବି କରି ଝିଅକୁ ଶାଶୂଘର ଲୋକେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ବାପା ସୁଦାମ ଡାକୁଆ । ଅଭିଯୋଗ ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଦେବାଶିଷ ମିଶ୍ର ଓ ପ୍ରଭାକର ଗନ୍ତା ପୁଲିସ କର୍ମଚାରୀଙ୍କ ସହ ବାଣିଆ ଗ୍ରାମରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ । ପୁଲିସର ପ୍ରାଥମିକ ତଦନ୍ତରୁ ସ୍ୱାମୀ ଶିବରାମ ଡାକୁଆ ଓ ଶ୍ୱଶୁର ଝଡ଼ିଆ ଡାକୁଆ ଯୌତୁକ ନିର୍ଯାତନା ଦେଉଥିବାରୁ ଲକ୍ଷ୍ମୀ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଥାନାରେ ଏକ ମାମଲା ରୁଜୁ କରି ସ୍ୱାମୀ ଶିବରାମ ଡାକୁଆ ଓ ଶ୍ୱଶୁର ଝଡ଼ିଆ ଡାକୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଏସ୍‌ଆଇ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking