32.1 C
Bhubaneswar
Friday, April 26, 2024
Homeଓଡିଶାବାହାଘର ଭୋଜି ହେଲା କାଳ : ଚାଲିଗଲା ଦୁଇ ଜୀବନ

ବାହାଘର ଭୋଜି ହେଲା କାଳ : ଚାଲିଗଲା ଦୁଇ ଜୀବନ

ବାରିପଦା : ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏଥିରେ କେତେ ନୀରିହ ଜୀବନ ବଳି ପଡ଼ୁଛି ତ ଆଉ କାହାର ସଂଶାର ଭାସି ଯାଉଛି । ଏମିତି ଏକ ଦୁଃଖଦ ଘଟଣା ଘଟି ମୟୁାଭଞ୍ଜ ଜିଲ୍ଲାରେ ।
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ସଦର ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତ୍ରିରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ସେମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ । ସେଦୁହେଁ ରବିବାର ହାତିକୋଟ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ।
ଭୋଜିରୁ ଗୌତମ ମହାନ୍ତ ଓ ଅଜିତ ମହାନ୍ତ ରାତ୍ରି ପାଖାପାଖି ୧୨ ଟା ସମୟରେ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ। ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣା ପରେ ପଛପଟୁ ଆସୁଥିବା ଅନ୍ୟ ସାଙ୍ଗମାନେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପିଆରଏମ ମେଡିକାଲକୁ ଆଣିଥିଲେ। ତେବେ ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking