28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ଆଜି ତେଲେଙ୍ଗାନା ହାଇକୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ଆଜି ତେଲେଙ୍ଗାନା ହାଇକୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ : ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ବିଭସ୍ଥ ହତ୍ୟା ସାରା ଦେଶକୁ ଦହୋଲାଇ ରଖି ଦେଇଥିଲା | ତେବେ ଏହାର ଏନକାଉଣ୍ଟର ମାମଲାରେ ଆଜି ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ହେବ । ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନେଇ ଡିସେମ୍ବର ୯ତାରିଖ ରାତି ୮ଟା ପର୍ଯ୍ୟନ୍ତ ୪ଅଭିଯୁକ୍ତଙ୍କ ଶବକୁ ସୁରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ସମୟରେ ହାଇଦ୍ରାବାଦ ପୋଲିସ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପୋଡି ଘଟଣାରେ ସମସ୍ତ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରେ ନିହତ କରିଥିଲେ । ପୋଲିସ ଚେତନାପାଲୀ ପାଖ ୪୪ନମ୍ବର ଜାତୀୟ ରାଜପଥ ଫ୍ଲାଏଓର ପାଖକୁ କ୍ରାଇମ ସିନ୍ ରିକ୍ରିଏସନ ପାଇଁ ନେଇଥିଲା । ଏହି ସମୟରେ ୪ ଅଭିଯୁକ୍ତ ଦୌଡି ପଳାଇଯିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ପ୍ରାଣ ହରାଇ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking