28.1 C
Bhubaneswar
Saturday, April 27, 2024
Homeଅପରାଧଚାକିରି ଦେବା ନାଁରେ ୫୦ ଲକ୍ଷ ଠକେଇ : ୨ ଗିରଫ

ଚାକିରି ଦେବା ନାଁରେ ୫୦ ଲକ୍ଷ ଠକେଇ : ୨ ଗିରଫ

ବ୍ରହ୍ମପୁର : ବେକାରଙ୍କୁ ଚାକିରି କରାଇଦେବା ନାମରେ ସାରା ରାଜ୍ୟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଦୁଇ ଠକଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ଯାଜପୁର ଅଞ୍ଚଳର ରବୀନ୍ଦ୍ର କୁମାର ବେହେରା ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଅରୁଣ କୁମାର ବେହେରା । ଉଭୟଙ୍କଠାରୁ ପୁଲିସ ବିଭିନ୍ନ ବ୍ୟାଙ୍କର ପାସବୁକ୍, ଏଟିଏମ୍ କାର୍ଡ, ଲୋକଙ୍କୁ ଦେବା ପାଇଁ ରଖାଯାଇଥିବା ବିିଭିନ୍ନ ପ୍ରକାର ପରିଚୟ ପତ୍ର ସହ ୯ଟି ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ଗିରଫ ପରେ ସେମାନଙ୍କୁ ଜେଲହାଜତକୁ ପଠାଯାଇଛି। ପରେ ପୁଲିସ ଉଭୟ ଠକଙ୍କ ପାଇଁ ପୁଣି ପୁଲିସ ରିମାଣ୍ଡ କୋର୍ଟରେ ଆବେଦନ କରି ପଚରା ଉଚରା କରିବ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
https://onakhabar.com/2020/02/03/road-accident-one-dead-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking