37.1 C
Bhubaneswar
Thursday, March 28, 2024
Homeଓଡିଶାଢେଙ୍କାନାଳ : ଶୁଣ୍ଢରେ କଚାଡ଼ି ମହିଳା ଙ୍କୁ ଗୁରୁତର କଲା ହାତୀ

ଢେଙ୍କାନାଳ : ଶୁଣ୍ଢରେ କଚାଡ଼ି ମହିଳା ଙ୍କୁ ଗୁରୁତର କଲା ହାତୀ

ଢେଙ୍କାନାଳ: ଦିନ କୁ ଦିନ ହାତୀ ଆତଙ୍କ ବଢ଼ିଯାଇଥିବା ବେଳେ ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଜଣେ ମହିଳାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଚାଉଳିଆ ଗାଁର ବିନତି ଷେଣ୍ଢ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ଯୋରନ୍ଦା ନାଳ ନିକଟରେ ଥିବା ତାଙ୍କ କ୍ଷେତକୁ ପରିବା ତୋଳିବାକୁ ଯାଇଥିଲେ। ପ୍ରତିଦିନ ଭଳି ଆଜି ବି ପରିବା ତୋଳି ଘରକୁ ଆଣି ବିକିବେ ବୋଲି ସ୍ଥିର କରିଥିଲେ। ହେଲେ ସେ ପରିବା ତୋଳୁଥିବା ବେଳେ ହଠାତ୍ ଏକ ହାତୀ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ବିନତି ପ୍ରାଣ ବିକଳରେ ଦୌଡ଼ୁଥିବା ବେଳେ ହାତୀଟି ତାଙ୍କୁ ନିଜ ଶୁଣ୍ଢରେ କଚାଡ଼ି ଦେଇ ଚାଲି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟ ଚାଷୀମାନେ ଘଟଣାସ୍ଥଳରୁ ବିନତିଙ୍କୁ ଉଦ୍ଧାର କରିଥିଲେ ଓ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ବିନତି ଚିକିତ୍ସିତ ହେଉଥିବା ବେଳେ ଏଯାବତ୍ ସଦର ରେଞ୍ଜ୍ ବନାଞ୍ଚଳର କର୍ମଚାରୀ କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ନଥିବା କୁହାଯାଉଛି।
https://onakhabar.com/2020/02/03/road-accident-one-dead-5/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking