26.1 C
Bhubaneswar
Wednesday, May 8, 2024
Homeଓଡିଶାଦୁର୍ଘଟଣାରେ ଚାଲିଗଲା ଜୀବନ : ଗ୍ରାମବାସୀଙ୍କ ରାସ୍ତାରୋକ

ଦୁର୍ଘଟଣାରେ ଚାଲିଗଲା ଜୀବନ : ଗ୍ରାମବାସୀଙ୍କ ରାସ୍ତାରୋକ

ଦେବଗଡ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରମିପାଳ ଗ୍ରାମ ନିକଟସ୍ଥ ଚଢେଇମରା ନାଳ ପୋଲ ନିକଟ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ରବିବାରସଂନ୍ଧ୍ୟାରୁ ଗ୍ରାମବାସୀ ମୃତ ଦେହ ରଖି କ୍ଷତିପୂରଣ ଦାବୀରେ ରାସ୍ତା ରୋକ କରିଥିବା ଜଣା ପଡିଛି।ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଚିଂଥିଲେ ମଧ୍ୟ ରାସ୍ତା ରୋକ ଜାରି ରହିଥିବା ଜଣା ପଡିଛି।
ସୂଚନା ଅନୁଯାୟୀ,ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ କମାରପାଳ ଗ୍ରାମର ସୁଜିତ ବେହେରା (୨୮) କୈାଣସି କାମରେ କୁଣ୍ଢେଇଗୋଳା ଗ୍ରାମ ପଟୁ ତୁଙ୍ଗାମାଳ ଅଭିମୁଖେ ଯାଉଥିଲେ । ତେବେ ଚଢେଇମରା ନାଳ ପୋଲ ନିକଟ ରାସ୍ତା କଡରେ ଛିଡା ହୋଇ ଥିବା ଏକ କଂକ୍ରୀଟ ମିକ୍ସର ମେସିନ ସହ ତାଙ୍କ ବାଇକ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ସୁଜିତ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କୁଣ୍ଢେଇଗୋଳା ଓ ପରେ ଛେଣ୍ଡିପଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କୁଣ୍ଢେଇଗୋଳା ଥାନା ପୁଲିସ ଏକ ମାମଲା ରୁଜୁ କରି ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସଂନ୍ଧ୍ୟାରେ ମୃତ ଦେହ ଗ୍ରାମକୁ ପହଚିଂବା ପରେ ଗ୍ରାମବାସୀମାନେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀରେ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking