28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ଆଉ ୪୫ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱରରେ ଆଉ ୪୫ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା । ଆଜି ଭୁବନେଶ୍ୱରରେ ଆଉ ୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୪୫ ଜଣଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୮ ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ମଂଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାମାନ୍ତରାପୁର ନୂଆଗାଁରୁ ଆଉ ୬ ଜଣ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ ୩ କର୍ମଚାରୀ ମଧ୍ୟ କରୋନା ପଜିଟିଭ ବାହାରିଛନ୍ତି । ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗର ରୁ ଜଣେ ଚିହ୍ନଟ ହୋଇଛନ୍ତି । ମଂଚେଶ୍ୱର କଳିଙ୍ଗ ବେକରୀ ନିକଟରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୪ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସହିଦ ନଗର, ଭରତପୁର, ହଂସପାଳ, ଚରେଇସିଆଣି, ଲକ୍ଷ୍‌ମୀସାଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୟୁନିଟ-୪, ଅଶୋକ ନଗର, ବରମୁଣ୍ଡା, ଓଲଡ ଟାଉନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବରମୁଣ୍ଡା, କେଦାରଗୌରୀ, ସାଲିଆ ସାହିରୁ ଜଣେ ଲେଖାଏଁ ଲୋକାଲ କେସ ରହିଛି । ଖଣ୍ଡଗିରି, ଡୁମୁଡୁମା, ଓଲଡ ଟାଉନ ଜଣେ ଲେଖାଏଁ ଲୋକାଲ କେସ ରହିଛି । ସେହିଭଳି ୟନିଟ-୪ ଏମଏଲଏ କଲୋନୀରୁ ଜଣେ, ଚନ୍ଦ୍ରଶେଖରପୁରରୁ ଜଣେ ଲୋକାଲ କେସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଂଚିଥିବା ବେଳେ ୨୪୭ ଜଣ ସୁସ୍ଥ ହୋଇଛନ୍ତି । ଆଉ ୧୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୬ ଜଣଙ୍କ ମୁଣ୍ଡ ନେଲାଣି କରୋନା । ଅନ୍ୟପଟେ ଆଉ ୩୧ ଜଣ କରୋନାରୁ ସୁସ୍ଥ ମଧ୍ୟ ହୋଇଥିବା ନେଇ ବିଏମସି ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking